ନୟାଗଡ଼ ଦଶପଲ୍ଲାରେ ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ CMRF ପାଣ୍ଠିରୁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରତି ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ସୂଚନା ଅନୁସାରେ ଗତକାଲି ‘ମା’ ସିଂହେଶ୍ୱରୀ’ ନାମକ ବସଟି ୫୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ବ୍ରହ୍ମପୁରରୁ ବଲାଙ୍ଗିର ହରିଶଙ୍କର ଅଭିମୁଖେ ଯାଉଥିଲା। ବିଳମ୍ବିତ ରାତିରେ ପିଠାଖାଇ ଘାଟି ନିକଟରେ ରାସ୍ତାକଡ଼କୁ ଓଲଟି ପଡି ଏଭଳି ଦୁର୍ଘଟଣା ଘଟିଥିଲା। ଆଜି ବଡ଼ି ଭୋରରେ ଘଟିଛି ଭୟଙ୍କର ଦୁର୍ଘଟଣା। ରାତିର ଅନ୍ଧକାରରେ ଏକ ତୀର୍ଥଯାତ୍ରୀ ବସ୍ ଟି ଭୟଙ୍କର ଭାବେ ଦୁର୍ଘଟଣା ଘଟି ପାଞ୍ଚ ଜଣଙ୍କର ଜୀବନ ଚାଲିଯାଇଛି। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ନୟାଗଡ଼ର ପିଠାଖାଇ ଘାଟିରେ ଓଲଟି ପଡ଼ିବାରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ କିଛିଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ମୃତକ ହେଲେ ଡ୍ରାଇଭର ପ୍ରବୀଣ କୁମାର ସାହୁ, ହରି ପାତ୍ର, ଲକ୍ଷ୍ମୀ ପାତ୍ର, ସୁପ୍ରଭା ସାହୁ ଓ ସୁମନ୍ତୀ ସାହୁ।












