ଦେବଗଡ଼:ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକର ଦୁଧିଆନାଳୀ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।ଗାଁକୁ ସଜାଡିବାକୁ ଆସିଥିବା କର୍ମଚାରୀଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପକାଇଥିଲେ ଗ୍ରାମବାସୀ l ଖବର ପାଇ କଂସର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ସୂଚନା ଅନୁଯାୟୀ କାଳବୈଶାଖୀ ଯୋଗୁଁ ୪ ଦିନ ହେଲା ସଂପୃକ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଥିଲା । ଗୁରୁବାର ବିଦ୍ୟୁତ ବିଭାଗ ପକ୍ଷରୁ ଏହାକୁ ସଜାଡିବାକୁ ଆସିଥିବାବେଳେ ୩ ଜଣ କର୍ମଚାରୀଙ୍କୁ ଉତ୍ୟକ୍ତ ଗ୍ରାମବାସୀ ଖୁଣ୍ଟରେ ବାନ୍ଧି ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଘଟଣାସ୍ଥଳକୁ ଆସିବାକୁ ଦାବି କରିଥିଲେ lରାଜ୍ୟରେ ଏବେ ପ୍ରଚଣ୍ଡ ଖରା ତାତିକୁ ବାରମ୍ବାର ବିଦ୍ୟୁତ୍ କାଟ୍ କାରଣରୁ ଅନେକ ଜାଗାରେ ଲେକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେତେ ଅଭିଯୋଗ କଲେ ମଧ୍ୟ ବିଦ୍ୟୁତ ବିଭାଗ ଖାମଖିଆଲି ମନୋଭାବ ଯୋଗୁଁ ଲୋକ ତାତିକି ଥିଲେ । ସେପଟେ, ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେବା ଯୋଗୁଁ ଫସଲ ଓ ପନିପରିବା ଚାଷ ନଷ୍ଟ ହୋଇଥିବା ଅଭିଯୋଗ କରି ଗ୍ରାମବାସୀ ଏଭଳି ପଦକ୍ଷେପ ନେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here