ବିଜେଡ଼ିକୁ ଲାଗିଛି ଶକ୍ତ ଝଟକା । କେନ୍ଦୁଝରରେ ଜଣେ ପୌର ଉପାଧ୍ୟକ୍ଷ , ୮ ଜଣ କାଉନସିଲର୍ ଓ ୩ ଜଣ ସାଧାରଣ ସମ୍ପାଦକ ଦଳର ପ୍ରାଥମିକ ସଦସ୍ୟତା ପଦରୁ ରବିବାର ଇସ୍ତଫା ଦେଇଛନ୍ତି । କେନ୍ଦୁଝରର ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସ, କାଉନସିଲର ସନତ କୁମାର ସାହୁ, ଅବିନାଶ ମିଶ୍ର, କାଉନସିଲର ଦୟାନିଧି ପାତ୍ର, ପଦ୍ମିନୀ ପାତ୍ର, କାଉନସିଲର କରୁଣାକର ମାଝୀ, କାଉନସିଲର ଭଗବାନ ନାଏକ, ସବିତା ପଟ୍ଟନାୟକ ଏବଂ ୱାର୍ଡ କାଉନସିଲର ହେମନ୍ତ କୁମାର ପତି ଏବଂ ତିନି ଜଣ ସାଧାରଣ ସମ୍ପାଦକ ଶୁଭେନ୍ଦୁ ପଟ୍ଟନାୟକ, ସନତ କୁମାର ସାହୁ ଏବଂ ବରଦା ପ୍ରସନ୍ନ ଦାସ ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ସେମାନେ ବ୍ୟକ୍ତିଗତ କାରଣ ଦର୍ଶାଇ ସାମୂହିକ ଇସ୍ତଫା ପତ୍ର ଦଳର ସୁପ୍ରିମୋଙ୍କ ନିକଟକୁ ପଠାଇଛନ୍ତି ।

LEAVE A REPLY

Please enter your comment!
Please enter your name here