ଜଣେ ଯୁବତୀ ଓ ତାଙ୍କ ନାବାଳିକା ସାନ ଭଉଣୀଙ୍କୁ ଚାରିଜଣ ଯୁବକ ଜୋରଜବରଦସ୍ତ ଅପହରଣ କରିନେଲେ । ଅପହରଣ ପରେ ସେମାନଙ୍କୁ ଗୋଟିଏ ଘରକୁ ନେଇଯାଇ ଚାରି ଯୁବକ ବଡଭଉଣୀକୁ ଗଣଦୁଷ୍କର୍ମ କଲେ । ନାବାଳିକା ସାନଭଉଣୀକୁ ଯୌନ ନିର୍ଯାତନା ଦେଲେ । ଏହି ଘଟଣା ପରେ ପୀଡିତା ଯୁବତୀ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏବେ ପୀଡିତାଙ୍କୁ ହସପିଟାଲରେ ଚିକିତ୍ସା କରାଯାଉଛି । ତେବେ ଗଣଦୁଷ୍କର୍ମ ଘଟଣାରେ ସଂପୃକ୍ତ ଚାରିଜଣ ଯୁବକଙ୍କ ମଧ୍ୟରେ ମଧ୍ୟପ୍ରଦେଶ ବିଜେପିର ବରିଷ୍ଠ ନେତାଙ୍କ ପୁଅ ଥିବା ଜଣାପଡିଛି । ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ରହୁଥିବା ଅଞ୍ଚଳରେ ଏହି ସ୍ପର୍ଶକାତର ଘଟଣା ଘଟିଛି । ଗଣଦୁଷ୍କର୍ମ କରିଥିବା ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଉ ଦୁଇଜଣ ଫେରାର ଅଛନ୍ତି । ସ୍ଥାନୀୟ ଲୋକେ ଥାନା ଘେରାଉ କରିବା ସହ ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି । ସମସ୍ତ ଚାରି ଅଭିଯୁକ୍ତଙ୍କ ଘର ଉନ୍ନାଓ ଥାନା ଅଞ୍ଚଳରେ । ତେବେ ମଧ୍ୟପ୍ରଦେଶ ଦାଟିଆ ଜିଲ୍ଲା ବିଜେପି ସଭାପତି କହିଛନ୍ତି, ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ । ଯଦି ପୀଡିତା ବିଜେପି ନେତାଙ୍କ ପୁଅ ସଂପୃକ୍ତ ଥିବା ଅଭିଯୋଗ କରନ୍ତି, ତା ହେଲେ ଦଳ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏହି ଘଟଣାରେ ପୀଡିତା ଦୁଇ ଭଉଣୀଙ୍କ ମଧ୍ୟରୁ ବଡଭଉଣୀ ହସପିଟାଲରେ ଚିକିତ୍ସାଧୀନ ଥିବା ବେଳେ ସାନ ଭଉଣୀ ଥାନାରେ ଏତଲା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here