ରାଜ୍ୟ ସରକାର ସହରାଞ୍ଚଳରେ ପାଇପ୍‌ ନ୍ୟାଚୁରାଲ୍‌ ଗ୍ୟାସ୍‌ ଅଥବା PNG ସଂଯୋଗକୁ ବାଧ୍ୟତାମୂଳକ କରାଯିବ। PNG ସଂଯୋଗ ଥିବା ଗ୍ରାହକଙ୍କୁ ଆଗାମୀ ଦିନରେ LPG ସିଲିଣ୍ଡର ଯୋଗାଣ ମିଳିବ ନାହିଁ। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ଆସନ୍ତା ୩ ମାସ ମଧ୍ୟରେ ରାଜ୍ୟର ବଡ଼ ସହରଗୁଡ଼ିକରେ PNG ସଂଯୋଗ ହେବ। ପ୍ରଥମ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର ଓ ପୁରୀରେ ଏହି ବ୍ୟବସ୍ଥା ଲାଗୁ କରାଯିବ। ଲୋକସେବା ଭବନରେ ତୈଳ କମ୍ପାନୀମାନଙ୍କ ସହ ହୋଇଥିବା ଉଚ୍ଚସ୍ତରୀୟ ବୈଠକ ପରେ ଏହି ନିଷ୍ପତ୍ତି ଘୋଷଣା କରାଯାଇଛି। ସରକାରଙ୍କ ଅନୁଯାୟୀ, ଏହା ଦ୍ୱାରା ଗ୍ୟାସ୍‌ କଳାବଜାରୀ ଓ ଅବୈଧ ବ୍ୟବହାରକୁ ରୋକିବା ସମ୍ଭବ ହେବ।ଏବେ LPG ସିଲିଣ୍ଡର ବ୍ୟବହାରକାରୀଙ୍କ ପାଇଁ e-KYC ବ୍ୟବସ୍ଥା ଅନିବାର୍ଯ୍ୟ କରାଯିବ। ଏହା ଦ୍ୱାରା ଯୋଗ୍ୟ ହିତାଧିକାରୀଙ୍କୁ ସଠିକ୍ ଭାବେ ସୁବିଧା ଦେବା ସହ ଅନିୟମିତତାକୁ ନିୟନ୍ତ୍ରଣ କରାଯିବ। ଗ୍ରାମାଞ୍ଚଳରେ LPG ସିଲିଣ୍ଡର ଯୋଗାଣ ପୂର୍ବଭଳି ଦିଆଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଏହା ଦ୍ୱାରା ଗ୍ୟାସ୍‌ ବ୍ୟବସ୍ଥାରେ କଳାବଜାରୀ ରୋକିବା ସହ ଭବିଷ୍ୟତରେ ଉପଭୋକ୍ତାଙ୍କୁ ଅଧିକ ସୁବିଧା ଯୋଗାଇବ।

LEAVE A REPLY

Please enter your comment!
Please enter your name here