ଜ୍ବରରେ ପଡିଥିବା ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ଆସନ୍ତା 19 ତାରିଖ ଦିନ ହେବ । ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଶୃଙ୍ଖଳିତ ଭାବେ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସକାଳ ଆଠଟାରୁ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଆରମ୍ଭ ହେବ । ତେବେ ଭକ୍ତମାନେ ସକାଳ ଆଠଟାରୁ ପାରିମାଣିକ ଦର୍ଶନ ଅର୍ଥାତ ଶହେଟଙ୍କା ଲେଖାଁଏ ପାରିମାଣିକ ଦେଇ ଦର୍ଶନ କରିବେ । ଦକ୍ଷିଣ ଦ୍ବାର ଦେଇ ଭକ୍ତମାନେ ବେଢା ଭିତରକୁ ଯିବେ । ପାରମାଣିକ ଦର୍ଶନ ସକାଳ ନଅଟା ଯାଁ ଚାଲିବ । ନଅଟାରୁ ଏଗାରଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here