ଶେଷରେ ସବୁ ଚର୍ଚ୍ଚାର ଅନ୍ତ ଘଟିଛି. ଲୋକପ୍ରିୟ ମ୍ୟୁଜିକ୍ କଂପାନି ଟି ସିରିଜ୍ କୁ ପ୍ରତିଷ୍ଠା କରିଥିବା ଗୁଲସନ୍ କୁମାରଙ୍କ ଉପରେ ଏକ ସିନେମା ନିର୍ମିତ ହେବାକୁ ଯାଉଛି ଯାହାର ଟାଇଟଲ ରହିଛି ‘ମୁଗଲ୍’. ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ଅମୀର୍ ଖାନ୍ ସମ୍ଭାଳୁଥିବା ବେଳେ ଏଥିରେ ଲିଡ୍ ରେ ଅକ୍ଷୟ କୁମାର ନଜର ଆସିବେ ବୋଲି ପ୍ରଥମେ ଚର୍ଚ୍ଚା ହେଉଥିଲା. ହେଲେ ବର୍ତ୍ତମାନ ଅମିର୍ ହିଁ ନିଜେ ଗୁଲସନ୍ ଙ୍କ ଚରିତ୍ର ନିଭାଇବେ ବୋଲି ଜଣାପଡିଛି. ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗୁଲସନ୍ କୁମାରଙ୍କ ନିଜର ଏକ କ୍ୟାସେଟ୍ ବ୍ୟବସାୟ ଥିଲା ଯେଉଁଥିରେ ସେ ବହୁ କମ୍ ମୂଲ୍ୟରେ କ୍ୟାସେଟ୍ ସବୁକୁ ବିକ୍ରି କରୁଥିଲେ. ଏଥିରେ ଭଲ ଲାଭ ମିଳିବା ପରେ ଗୁଲସନ୍ କୁମାର ନୋଏଡାରେ ଟି ସିରିଜ୍ ନାମରେ ଏକ କଂପାନି ଖୋଲିଥିଲେ ଏବଂ ତା ପରେ ସେ ମୁମ୍ବାଇ ଚାଲି ଆସିଥିଲେ. କହିବାକୁ ଗଲେ ଗୁଲସନ୍ କୁମାର ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ ପ୍ରାୟ 10ବର୍ଷ ଯାଏଁ ରାଜ୍ କରିଥିଲେ. ତେବେ ଖାଲି ସେତିକି ନୁହେଁ , ଗୁଲଶନ୍ କୁମାର ସୋନୁ ନିଗମ୍, ଅନୁରାଧା ପଡ଼ଓ୍ଵାଲ୍, କୁମାର ସାନୁ ଓ ଉଦିତ ନାରାୟଣଙ୍କ ଭଳି କଣ୍ଠଶିଳ୍ପୀମାନଙ୍କୁ ମଧ୍ୟ ବଲିଉଡ୍ ରେ ଲଞ୍ଚ କରିଥିଲେ. ଗୁଲସନ୍ 1997 ମସିହାରେ ଅଜ୍ଞାତ ଅପରାଧୀଙ୍କ ଦ୍ୱାରା ନିହତ ହୋଇଥିଲେ ଓ ବଲିଉଡ୍ ରେ ନିଜର ଛାପ ଛାଡିଯାଇଥିଲେ.