ପୂର୍ବ ବର୍ଷ ବିଭିନ୍ନ କଲେଜ୍ ରେ ଯୁକ୍ତ ଦୁଇ ପରୀକ୍ଷାରେ ହୋଇଥିବା କପିକୁ ରୋକିବା ପାଇଁ ଚଳିତ ବର୍ଷ  ସ୍କୁଲ ଓ ମାସ୍ କମ୍ୟୁନିକେସନ ପକ୍ଷରୁ କଡାକଡି ନିୟମ ଜାରି କରାଯାଇଛି. କପି ରୋକିବାକୁ ଏହି ବିଭାଗ ସବୁ ଜୁନିୟର୍ କଲେଜ୍ କୁ ସିସିଟିଭି ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି. ପରୀକ୍ଷା ସମୟରେ ଯେପରି ଏହାକୁ ପାଳନ କରାଯିବ, ତାକୁ ଦୃଷ୍ଟିରେ ରଖିବା ପାଇଁ ମଧ୍ୟ କୁହାଯାଇଛି. ଏଥିପାଇଁ ବିଭାଗ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କୁ ଏକ ପତ୍ର ମଧ୍ୟ ଲେଖିଛନ୍ତି. ସିଏଚଏସଇ ର ଡେପୁଟି କଣ୍ଟ୍ରୋଲର୍ ଡକ୍ଟର ବିଜୟ କୁମାର ସାହୁଙ୍କ ସୂଚନା ମୁତାବକ, ସବୁ ଜୁନିୟର୍ କଲେଜ୍ ରେ ସିସିଟିଭିକୁ ବାଧ୍ୟତା ମୂଳକ କରାଯାଇଛି. ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଜାନୁୟାରୀ ତୃତୀୟ ସପ୍ତାହରୁ ଆରମ୍ଭ ହେବାକୁ ଥିବା ବେଳେ ଆସନ୍ତା ବର୍ଷ ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ କଳା, ବାଣିଜ୍ୟ, ବିଜ୍ଞାନ ଓ ବ୍ୟବସାୟିକ ପାଠ୍ୟକ୍ରମରେ ପରୀକ୍ଷା ଅନୁଷ୍ଠିତ ହେବ. ତେବେ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ସବୁ ଜୁନିୟର୍ କଲେଜ୍ ର  ଅଧ୍ୟକ୍ଷଙ୍କୁ 2 ମେଗାପିକ୍ସଲର ସିସିଟିଭି ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି.

LEAVE A REPLY

Please enter your comment!
Please enter your name here