ଶେଷରେ ବିବାହ ବନ୍ଧନରେ ବାନ୍ଧି ହେବେ ବ୍ୟାଡମିଣ୍ଟନ ତାରକା ସାଇନା ନେୱାଲ୍. ଗତ କିଛି ବର୍ଷ ଧରି ଡେଟ୍ କରୁଥିବା ନିଜ ବଏଫ୍ରେଣ୍ଡ ପରୁପଲ୍ଲୀଙ୍କୁ ସେ ବିବାହ କରିବେ. ତେବେ ବ୍ୟାଡମିଣ୍ଟନରୁ କ୍ୟାରିୟର ଆରମ୍ଭ କରିଥିବା ଏହି ତାରକା ଜଣକ ଶେଷରେ ନିଜ ବିବାହକୁ ନେଇ ସୋମବାର ଦିନ ବିବାହ ତାରିଖ ଘୋଷଣା କରିଛନ୍ତି. ଡିସେମ୍ବର 16 ତାରିଖରେ ଏହି ବିବାହ ଅନୁଷ୍ଠିତ ହେଉଥିବା ବେଳେ  ସାଇନା ଓ ପରୁପଲ୍ଲୀ ଉଭୟ ଏହି ବିବାହକୁ ନେଇ ବେଶ୍ ଖୁସିଥିବା ପ୍ରକାଶ କରିଛନ୍ତି. ଉଲ୍ଲେଖଯୋଗ୍ୟ ଯେ, କିଛି ବର୍ଷ ପୂର୍ବରୁ ଉଭୟେ ନିଜ ସଂପର୍କକୁ ନେଇ ଚର୍ଚ୍ଚାଘେରକୁ ଆସିଥିଲେ. ସେତେବେଳେ ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ମଧ୍ୟ ଚର୍ଚ୍ଚା ହେଉଥିଲା. ପରେ ସେମାନେ ନିଜ ସଂପର୍କ ବିଷୟରେ ଫ୍ୟାନମାନଙ୍କ ସହ ସେୟାର କରିଥିଲେ.  ବର୍ତ୍ତମାନ ଏହି ଦୁଇ ଯୋଡି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି.

 

LEAVE A REPLY

Please enter your comment!
Please enter your name here