ନୂଆଦିଲ୍ଲୀ: ୨୦ବର୍ଷ ପରେ ପୁଣିଥରେ ଭାରତ AFC U20 ଏସୀୟ କପ୍‌କୁ ଫେରିଛି। ରବିବାର ତାସକେଣ୍ଟର ‘ଡୋଷ୍ଟଲିକ୍ ଷ୍ଟାଡିୟମ୍’ ଠାରେ ଅନୁଷ୍ଠିତ ଗ୍ରୁପ୍-ବି ର ନିର୍ଣ୍ଣାୟକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ବାଂଲାଦେଶକୁ ୩-୦ ଗୋଲ୍‌ରେ ପରାସ୍ତ କରିଛି ଭାରତୀୟ ଦଳ । ଏହି ଚମତ୍କାର ବିଜୟ ପରେ ଭାରତୀୟ ଦଳ AFC U20 ଏସୀୟ କପ୍ ଚୀନ୍ ୨୦୨୭ ପାଇଁ ଯୋଗ୍ୟତା ହାସଲ କରିଛି । ଭାରତ ପାଇଁ ଡାନି ମୈତେଇ ଲାଇଶ୍ରାମ (୨୫′), ବିଶାଳ ଯାଦବ (୬୦′) ଏବଂ ମହମ୍ମଦ ଅରବାଶ (୭୯′) ଗୋଲ୍ ସ୍କୋର କରିଥିଲେ। ଭାରତ ଯୋଗ୍ୟତା ପର୍ଯ୍ୟାୟରେ ତିନୋଟି ମ୍ୟାଚ୍ ଖେଳିଥିଲା। ଦଳ ସିରିଆ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ୧-୦ ବ୍ୟବଧାନରେ ବିଜୟୀ ହୋଇଥିଲା। ଏହାପରେ, ଉଜବେକିସ୍ତାନ ବିପକ୍ଷରେ ସେମାନଙ୍କୁ ୦-୪ ବ୍ୟବଧାନରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା।ବାଂଲାଦେଶ ବିପକ୍ଷ ନିର୍ଣ୍ଣାୟକ ମ୍ୟାଚ୍ ଭାରତ ପାଇଁ କର ବା ମର ମୁକାବିଲା ଥିଲା। ଏହି ବିଜୟ ଦଳର ପଏଣ୍ଟ ସଂଖ୍ୟାକୁ ଛଅ ପଏଣ୍ଟରେ ପହଞ୍ଚାଇଥିଲା ଭାରତ ଯୋଗ୍ୟତା ପର୍ଯ୍ୟାୟରେ ତିନୋଟି ମ୍ୟାଚ୍ ଖେଳିଥିଲା। ଦଳ ସିରିଆ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ୧-୦ ବ୍ୟବଧାନରେ ବିଜୟୀ ହୋଇଥିଲା। ଏହାପରେ, ଉଜବେକିସ୍ତାନ ବିପକ୍ଷରେ ସେମାନଙ୍କୁ ୦-୪ ବ୍ୟବଧାନରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ବାଂଲାଦେଶ ବିପକ୍ଷ ନିର୍ଣ୍ଣାୟକ ମ୍ୟାଚ୍ ଭାରତ ପାଇଁ କର ବା ମର ମୁକାବିଲା ଥିଲା। ଏହି ବିଜୟ ଦଳର ପଏଣ୍ଟ ସଂଖ୍ୟାକୁ ଛଅ ପଏଣ୍ଟରେ ପହଞ୍ଚାଇଥିଲା | ୨୦୨୭ ମସିହା ମାର୍ଚ୍ଚ ୨୪ରୁ ଅପ୍ରେଲ୍ ୧୦ ପର୍ଯ୍ୟନ୍ତ ‘ଏଏଫ୍‌ସି ୟୁ-୨୦ ଏସିଆନ୍ କପ୍ ଚାଇନା ୨୦୨୭’ ଅନୁଷ୍ଠିତ ହେବ। ଏସିଆନ୍ କପ୍‌ର ଶ୍ରେଷ୍ଠ ଚାରୋଟି ଦଳ ‘ଫିଫା ୟୁ-୨୦ ବିଶ୍ୱକପ୍ ୨୦୨୭’ ପାଇଁ ଯୋଗ୍ୟତା ଅର୍ଜନ କରିବେ।

LEAVE A REPLY

Please enter your comment!
Please enter your name here