ନବୀନଙ୍କୁ ଦୁର୍ନୀତିର ମୁଖ୍ୟ କାର୍ପଟଦାର କହି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ଏଥିପାଇଁ ବିଜେପି ରାଜ୍ୟବ୍ୟାପୀ ବ୍ୟାପକ ଜନଜାଗରଣ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ସେ ଘୋଷଣା କରିଛନ୍ତି । ଏଥିସହ ଆୟୁଷ୍ମାନ ଯୋଜନା ଓଡିଶାରେ ଲାଗୁ କରିବା ପାଇଁ ୧କୋଟି ଓଡିଆଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ରାଜ୍ୟପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯିବା ସହ ସବୁ ବ୍ଲକରେ ବିକ୍ଷୋଭ ପ୍ରଦର୍ଶନ, ରାଜ୍ୟ ତମାମ ପଦଯାତ୍ରାର ଲମ୍ବା କାର୍ଯ୍ୟକ୍ରମ ଦଳ ହାତକୁ ନେବ ବୋଲି ସେ କହିଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନାଁରେ ରାଜନୈତିକ ଉଦେଶ୍ୟ ରଖି ମୋଦିଙ୍କ ଆୟୁଷ୍ମାନ ଭାରତ ଯୋଜନାରେ ଓଡିଆ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ କରିବା ପାଇଁ ନବୀନ ସରକାରଙ୍କ ଷଡଯନ୍ତ୍ରକୁ ଓଡିଶାବାସୀ ଅନୁଭବ କରୁଛନ୍ତି । ଶ୍ରୀ ପଣ୍ଡା କହିଛନ୍ତି ଅକ୍ଟୋବର ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସବୁ ବ୍ଲକ ଅଫିସ ସାମ୍ନାରେ ଘେରାଉ ଓ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ନଭେମ୍ବର ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସବୁ ବ୍ଲକ, ପଞ୍ଚାୟତ, ବୁଥ ଓ ଓାର୍ଡ , ପଲ୍ଲୀ, ମୌଜା ସବୁ ଠାରେ ଜନସାଧାରଣଙ୍କୁ ସାମିଲ କରି ପଦଯାତ୍ରା କରାଯିବ । ଡିସେମ୍ବର ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସାରା ବିଶାଳ ପରିବର୍ତ୍ତନ ଯାତ୍ରା ବାହାର କରାଯିବ । ଏଥିରେ ରାଜ୍ୟର ନେତୃମଣ୍ଡଳୀ ସହିତ ରାଷ୍ଟ୍ରୀୟ ନେତୃତ୍ୱ ଏଥିରେ ଯୋଗ ଦେବେ ।

LEAVE A REPLY

Please enter your comment!
Please enter your name here