ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବପରେ ଏବେ ଅନୁମାନ କରାଯାଉଛି ଯେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଶୀଘ୍ର ଆରମ୍ଭ ହୋଇପାରେ। ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ,ଆଉଥରେ ଆଲୋଚନା ପାଇଁ ଇରାନ ଆଗ୍ରହୀ ଅଛି ଏବଂ ପୁଣି ଥରେ ଆମେରିକାକୁ ଆଲୋଚନା ପାଇଁ ଅନୁରୋଧ କରି ଏକ ବାର୍ତ୍ତା ପଠାଇଛନ୍ତି। ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି ଯେ, ଇସଲାମାବାଦ ଆଲୋଚନା ସମୟରେ ଇରାନ ସହିତ ଏକ ଚୁକ୍ତିରେ ପହଞ୍ଚିବାରେ କିଛି ଅଗ୍ରଗତି ହୋଇଛି। ଆମେରିକୀୟ ନେତାମାନଙ୍କ ଏହି ବୟାନ ଏହା ସୂଚାଉଛି ଯେ ଇରାନ ସହିତ ଆମେରିକାର ଆଲୋଚନା ଶୀଘ୍ର ଆରମ୍ଭ ହୋଇପାରେ। ଗଣମାଧ୍ୟମକୁ ଟ୍ରମ୍ପ କହିଛନ୍ତି ଯେ,”ସେମାନେ ଏକ ଚୁକ୍ତିରେ ପହଞ୍ଚିବାକୁ ବହୁତ ଆଗ୍ରହୀ। ଆମେ ଅନ୍ୟ ପକ୍ଷରୁ ଏକ ବାର୍ତ୍ତା ପାଇଛୁ। ଆମେ ଅବରୋଧ ଲଗାଇଛୁ। ସେମାନେ କୌଣସି ବ୍ୟବସାୟ କରୁନାହାଁନ୍ତି। ଇରାନ କୌଣସି ବ୍ୟବସାୟ କରୁନାହିଁ ଏବଂ ଆମେ ଏହାକୁ ସେହିପରି ରଖିବୁ। ବର୍ତ୍ତମାନ କୌଣସି ଯୁଦ୍ଧ ନାହିଁ। ଇରାନ ପାଖରେ କେବେବି ପରମାଣୁ ଅସ୍ତ୍ର ରହିବ ନାହିଁ। ସେ କହିଛନ୍ତି ଯେ ଯଦି ସେମାନେ ରାଜି ନ ହୁଅନ୍ତି, ତେବେ କୌଣସି ଚୁକ୍ତି ହେବ ନାହିଁ। ଆମେ କୌଣସି ଦେଶକୁ ବିଶ୍ୱକୁ ବ୍ଲାକମେଲ୍ କରିବାକୁ ଅନୁମତି ଦେଇପାରିବୁ ନାହିଁ। ଆମେ ଏହା ହେବାକୁ ଦେବୁ ନାହିଁ।”













