ଆଜି ହେଉଛି ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ସଂକ୍ରାନ୍ତି । ଓଡ଼ିଶାରେ ପଣା ସଂକ୍ରାନ୍ତିକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଏ । ଆଜି ଘରେ ଘରେ ନବ ବର୍ଷ ପାଇଁ ବେଶ ଉତ୍ସାହ । ପଣା ସଂକ୍ରାନ୍ତିରେ ବିଭିନ୍ନ ପ୍ରକାର ପଣା ପ୍ରସ୍ତୁତ କରନ୍ତି ଓଡ଼ିଆ ଲୋକେ। ଦେଶ ବିଦେଶରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଅତି ଗର୍ଭର ସହିତ ପାଳନ କରୁଛନ୍ତି ଓଡ଼ିଆ ନବବର୍ଷ । ଓଡ଼ିଆ ନବବର୍ଷ, ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ପ୍ରଥମ ଦିନ । ପଣା ସଂକ୍ରାନ୍ତି ଓଡ଼ିଆ ନୂଆ ବର୍ଷ ଭାବରେ ପାଳନ କରାଯାଏ । ଏହା ସାଧାରଣତଃ ଅପ୍ରେଲ ୧୪ ତାରିଖରେ ପଡ଼େ । ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ହୋଇଥାଏ । ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ । ଏହି ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ । ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ସେଥିପାଇଁ ଗରିଷ୍ଠ ଖାଦ୍ୟ ସହଜରେ ହଜମ ହୋଇଥାଏ । ତେଣୁ ପ୍ରବଳ ଗରମ ଏବଂ ଦେହର ଅତ୍ୟଧିକ ତାପ ଶକ୍ତିକୁ ଉପସମ କରିବାକୁ ପଣା ପିଆଯାଇଥାଏ।

LEAVE A REPLY

Please enter your comment!
Please enter your name here