ଶ୍ରୀମନ୍ଦିରରେ ସ୍ଲଟ୍‌ ବୁକିଂ ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ଭିଡ଼ ନିୟନ୍ତ୍ରଣ କରିବା ସହ ଶ୍ରଦ୍ଧାଳୁଙ୍କୁ ସୁବିଧାଜନକ ଭାବରେ ଦର୍ଶନ କରାଇବା ଉଦ୍ଦେଶ୍ୟରେ ଏହି ନୂତନ ପ୍ରଣାଳୀକୁ ଆଣିବା ପାଇଁ ଯୋଜନା ଚାଲିଛି। ଏହି ନୂଆ ବ୍ୟବସ୍ଥାରେ, ଶ୍ରଦ୍ଧାଳୁମାନେ ପୂର୍ବରୁ ସ୍ଲଟ୍‌ ବୁକିଂ କରି ନିର୍ଦ୍ଧିଷ୍ଟ ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ସେଥିପାଇଁ ସ୍ୱତନ୍ତ୍ର ହୋଲଡିଂ ଏରିଆ ବ୍ୟବସ୍ଥା କରାଯିବ, ଯେଉଁଠାରେ ସ୍ଲଟ୍‌ ବୁକିଂ କରିଥିବା ଭକ୍ତମାନେ ଅପେକ୍ଷା କରିବେ ଏବଂ ପରେ ନିର୍ଦ୍ଧିଷ୍ଟ ସମୟରେ ଦର୍ଶନ ପାଇଁ ପ୍ରବେଶ କରିବେ। ସ୍ଲଟ୍‌ ବୁକିଂ ସହିତ ସାଧାରଣ ଲାଇନ୍‌ ଦର୍ଶନ ବ୍ୟବସ୍ଥା ମଧ୍ୟ ସମାନ ଭାବେ ଚାଲିବ, ଯାହା ଫଳରେ ସମସ୍ତ ଶ୍ରଦ୍ଧାଳୁଙ୍କୁ ସୁବିଧା ମିଳିବ। ପ୍ରଥମେ ଏହି ସ୍ଲଟ୍‌ ବୁକିଂ ବ୍ୟବସ୍ଥାକୁ ପରୀକ୍ଷାମୂଳକ ଭାବରେ ଟ୍ରାଏଲ କରାଯିବ। ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ,ମନ୍ଦିର ପ୍ରଶାସନ ସହ ଆଲୋଚନା ହୋଇଥିବା ବେଳେ, ମ୍ୟାନେଜିଂ କମିଟିର ବୈଠକରେ ଅନ୍ତିମ ନିଷ୍ପତ୍ତି ନିଆଯିବ ।ଏହା ଲାଗୁ ହେବାଦ୍ୱାରା, ଶ୍ରୀମନ୍ଦିରରେ ଦର୍ଶନ ପ୍ରଣାଳୀରେ ଏକ ବଡ଼ ପରିବର୍ତ୍ତନ ଆସିବ ବୋଲି ମନେ କରାଯାଉଛି।

LEAVE A REPLY

Please enter your comment!
Please enter your name here