ଶ୍ରୀଲଙ୍କାର ରାଜଧାନୀ କଲମ୍ବୋର ଆଜି ଛଅଟି ସ୍ଥାନରେ ବଡଧରଣର ବିସ୍ଫୋରଣ । ଏଥିରେ ମୃତ୍ୟୁ ସଂଖ୍ୟା ୧୫୮ ଛୁଇଁଥିବା ବେଳେ ୪୦୦ରୁ ଅଧିକ ଆହତ ହୋଇଥିଲେ । ହେଲେ ରାଜଧାନୀ କଲମ୍ବୋରେ ପୁଣି ଆଉ ୨ଟି ବିସ୍ଫୋରଣ ହୋଇଛି । ଯାହା ଫଳରେ ମୃତକଙ୍କ ସଂଖ୍ୟା ୨୦୭କୁ ବୃଦ୍ଧି ପାଇଛି । ବିସ୍ଫୋରଣରେ ଦୋହଲି ଯାଇଛି ଶ୍ରୀଲଙ୍କା । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ଉଦ୍ଧାକାର୍ଯ୍ୟ ଜାରି ରହିଛି। ବିସ୍ଫୋରଣ ପରେ ସାରା ଶ୍ରୀଲଙ୍କାରେ କର୍ଫ୍ୟୁ ଜାରି କରିଛନ୍ତି ସରକାର । ତେବେ ବିସ୍ଫୋରଣ ପଛରେ ଆତଙ୍କବାଦୀଙ୍କ ହାତ ରହିଛି ନା ଅନ୍ୟ କୌଣସି କାରଣରୁ ଏହି ବିସ୍ଫୋରଣ ହୋଇଛି ତାହା ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଆହତମାନଙ୍କୁ କଲମ୍ବୋ ନ୍ୟାସନାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି । ଉଦ୍ଧାରକାରୀ ଦଳ ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିସ୍ଫୋରଣକୁ ନେଇ ତୀବ୍ର ନିନ୍ଦା କରିଛନ୍ତି। ଭାରତ ଶ୍ରୀଲଙ୍କା ଜନତାଙ୍କ ସହ ଅଛି ବୋଲି କହିଛନ୍ତି ମୋଦି ।

LEAVE A REPLY

Please enter your comment!
Please enter your name here