ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ଅଧୂରା ସ୍ୱପ୍ନ ପୂରଣ କରିବାକୁ ସରକାରଙ୍କ ସଂକଳ୍ପ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ବିଜୁ ପଟ୍ଟନାୟକ କେବଳ ଜଣେ ରାଜନେତା ନୁହେଁ, ସେ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ, ଦୃଷ୍ଟିଶାଳୀ ଶିଳ୍ପପତି ଓ ଓଡିଶାର ସ୍ୱାଭିମାନର ପ୍ରତୀକ। ଓଡିଶା ଓ ଦେଶର ସମ୍ମାନ ପାଇଁ ସେ ସଦା ଲଢ଼େଇ କରିଥିଲେ ଏବଂ କେବେ ବି ସାଲିସ କରିନଥିଲେ। ସମୃଦ୍ଧ ଓ ସଶକ୍ତ ଓଡିଶା ଗଢ଼ିବା ବିଜୁ ବାବୁଙ୍କର ବଡ଼ ସ୍ୱପ୍ନ ଥିଲା। ସେହି ସ୍ୱପ୍ନକୁ ଆଗକୁ ନେଇ ଚାଲିବା ପାଇଁ ବର୍ତ୍ତମାନ ସରକାର କାମ କରୁଛି। ବିଶ୍ୱ ମଞ୍ଚରେ ଓଡିଶାର ଅସ୍ମିତାକୁ ପରିଚିତ କରାଇବା ଓ ଓଡିଆ ସ୍ୱାଭିମାନକୁ ଉଚ୍ଚସ୍ଥାନରେ ପହଞ୍ଚାଇବା ପାଇଁ ଆମ ସରକାର ପ୍ରତିବଦ୍ଧ ।ବିଜୁ ବାବୁଙ୍କ ଯେଉଁ ସ୍ୱପ୍ନ ଅଧୁରା ରହିଯାଇଛି, ତାହାକୁ ପୂରଣ କରିବା ପାଇଁ ସରକାର ସଂକଳ୍ପବଦ୍ଧ ଭାବେ ଆଗେଇ ଯାଉଛି। ଆଗାମୀ ଦିନରେ ଓଡିଶାର ପରିଚୟ ଓ ଓଡିଆ ଗର୍ବ ବିଶ୍ୱ ଦରବାରରେ ଅଧିକ ସ୍ପଷ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here