ନୂଆଦିଲ୍ଲୀ : ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର ହ୍ରାସ କରିବା ଏବଂ ସାର୍ବଜନୀନ ପରିବହନରେ ଯାତ୍ରା କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସୁରକ୍ଷା ବ୍ୟବସ୍ଥା କମ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଷ୍ପତ୍ତି । କନଭୟର ଆକାର ଓ ଗାଡି ସଂଖ୍ୟା ୫୦ ପ୍ରତିଶତ ହ୍ରାସ ପାଇଁ ନିଷ୍ପତ୍ତି ନିଆଯାଇଛି lପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହା ଉପରେ କାର୍ଯ୍ୟ କରିଛି ଏସପିଜି । ଇଭି ଗାଡିର ବ୍ୟବହାର ଅଧିକ କରିବା ସହିତ ଦେଶବାସୀଙ୍କୁ ଇନ୍ଧନ ବଞ୍ଚାଇବା ପାଇଁ ଆହ୍ଵାନ ଦେଇଥିଲେ ମୋଦୀ । ସେହିପରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକୁ ସ୍ୱାଗତ କରି ତାଙ୍କ ନିଜ ବ୍ୟକ୍ତିଗତ ସୁରକ୍ଷା ପାଇଁ ଯାଉଥିବା ଗାଡି ଗୁଡିକୁ କମ୍ କରି ଅଧା କରିଦେଇଛନ୍ତି। ଏହା ସହିତ, ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକୁ ଗୁରୁତ୍ୱ ଦେଇ, ବ୍ୟକ୍ତିଗତ ଗାଡିରେ ଯିବାଆସିବା କମ୍ କରିବା ସହିତ, ଅଧିକ ମାତ୍ରାରେ ପବ୍ଲିକ ଟ୍ରାନ୍‌ସପୋର୍ଟ ବ୍ୟବହାର କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। କେବଳ ଆବଶ୍ୟକ ସ୍ଥଳରେ ଗାଡି ବ୍ୟବହାର କରି ଅନାବଶ୍ୟକ ବ୍ୟବହାର ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here