କରୋନା ସଂକ୍ରମଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଠାରୁ 14 ଦିନ ପାଇଁ ମାସ୍କ ଅଭିଯାନ ଆରମ୍ଭ କରିବାକୁ ଆହ୍ବାନ ଦେଇଛନ୍ତି । ସମସ୍ତେ ମାସ୍କ ପିନ୍ଧି କରୋନାକୁ ରୋକି ପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା କଲେ ଆମେ ବିନା ଲକଡାଉନରେ ମକରୋନାକୁ ରୋକି ପାରିବା । ମାସ୍କ ନ ପିନ୍ଧିଲେ ଦୁଇଗୁଣା ଜୋରିମାନା ଦେବାକୁ ହେବ ବୋଲି ନବୀନ କହିଛନ୍ତି । ବହୁ ରାଜ୍ୟରେ ସରକାର ଲକଡାଉନ ଓ ସଟଡାଉନ ଲାଗୁ କଲେଣି । ମାତ୍ର ଏହାଦ୍ବାରା ଆମେ କେତେ ଅସୁବିଧା ଭୋଗିଛେ, ତାହା ଆମେ ଅଙ୍ଗେ ନିଭେଇଛେ । ତେଣୁ ଲକଡାଉନ ଓ ସଟଡାଉନ ରୋକିବାକୁ ହେଲେ ଆମକୁ ମାସ୍କ ପିନ୍ଧି ଘରୁ ବାହାରିବାକୁ ପଡିବ । ମୁଖ୍ୟମନ୍ତ୍ରୀ କହିଛନ୍ତି, ମାଆମାନେ ମାସ୍କ ପିନ୍ଧିବା ପାଇଁ ଘରେ ଜଗନ୍ତୁ, ସରକାର ବାହାରେ ଜଗୁଛନ୍ତି ।

LEAVE A REPLY

Please enter your comment!
Please enter your name here