ବେଙ୍ଗାଲୁରୁ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ନିଜ ପଦରୁ ଆଜି ଇସ୍ତଫା ଦେଇଛନ୍ତି । ବର୍ତ୍ତମାନ କର୍ଣ୍ଣାଟକ ରାଜ୍ୟପାଳ ଅନୁପସ୍ଥିତ ଥିବାରୁ ସେ ଲୋକଭବନରେ ପହଁଚି ଇସ୍ତଫା ଦେଇଛନ୍ତି । ସାଢ଼େ ସାତ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ସିଦ୍ଦରମୈୟା ନିଜ ପଦ ଛାଡ଼ିଛନ୍ତି । ଆଜି ସକାଳେ ସିଦ୍ଦରମୈୟା ନିଜ ବାସଭବନରେ ସମସ୍ତ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଡାକି ସକାଳ ଜଳଖିଆ ବୈଠକ କରିଥିଲେ । ଉପ ମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର ବେଙ୍ଗାଲୁରୁରେ ପହଁଚିବା ପରେ ବିମାନବନ୍ଦରରୁ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଁଚିଥିଲେ । ଶିବକୁମାର ସିଦ୍ଧରମୈୟା ପାଦ ଛୁଇଁ ଆଶୀର୍ବାଦ ନେବା ସହିତ ଆଲିଙ୍ଗନ କରିଥିଲେ । ଏହା ପରେ ସିଦ୍ଦରମୈୟା ନିଜର ଇସ୍ତଫା ଦେବା ନିଷ୍ପତ୍ତି ଘୋଷଣା କରିଥିଲେ । ଏହି ସମୟରେ ସେ ବହୁତ ଭାବୁକ ହୋଇଯାଇଥିବା କୁହାଯାଉଛି । ଇସ୍ତଫା ଦେବା ପୂର୍ବରୁ ସେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ଡି.କେ. ଶିବକୁମାରଙ୍କ ନାମ ପ୍ରସ୍ତାବ ଆଗତ କରିଥିଲେ । ସିଦ୍ଦରମୈୟା କର୍ଣ୍ଣାଟକର ୧୬ତମ ମୁଖ୍ୟମନ୍ତ୍ରୀ ଥିଲେ ।

LEAVE A REPLY

Please enter your comment!
Please enter your name here