ଅଧିକ ଋଣ ଦେଉଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଗ୍ରାହକଙ୍କ ସୁବିଧା ପାଇଁ ଏକ ନୂଆ ନିୟମ ଆଣିଛି. ତେବେ ପୂର୍ବରୁ ଯେତେବେଳେ ବ୍ୟାଙ୍କ ଖାତାରେ ପ୍ରାଯୁଜ୍ୟ ପରିମାଣର ରାଶି ନଥାଏ, ସେଥିପାଇଁ ବ୍ୟାଙ୍କ ଗ୍ରାହକଙ୍କୁ ତା ପାଇଁ ଚାର୍ଜେସ୍ ଦେବାକୁ ପଡିଥାଏ. ତେବେ ଏହାକୁ ବାଦ୍ ଦେଲେ ବ୍ୟାଙ୍କ ମଧ୍ୟ ଗ୍ରାହକ ମାନଙ୍କୁ ବିଭିନ୍ନ ପ୍ରକାର ସେଭିଙ୍ଗସ୍ ଆକାଉଣ୍ଟ ଖୋଲିବା ପାଇଁ ପରାମର୍ଶ ଦେଇଥାଏ.  ଯାହାକୁ ପ୍ରତି ମାସରେ ଚଲାଇବାକୁ ପଡି ନଥାଏ କି ନ୍ୟୂନତମ ରାଶି ପାଇଁ ଚାର୍ଜେସ ଦେବାକୁ ପଡିନଥାଏ. ତେବେ ଏସବିଆଇ ଆକାଉଣ୍ଟକୁ ଅଞ୍ଚଳ ଅନୁଯାୟୀ 4 ଭାଗରେ ବିଭକ୍ତ କରାଯାଇଛି. ସେ ଗୁଡିକ ହେଲା ମେଟ୍ରୋ, ଅରବାନ୍, ସେମି ଅରବାନ୍ ଓ ରୁରାଲ୍. ଏହି ଅଞ୍ଚଳ ଅନୁଯାୟୀ, average monthly balance (AMB) ମଧ୍ୟ ଅଲଗା ହୋଇଥାଏ. ଯେଉଁମାନେ ମେଟ୍ରୋ କିମ୍ବା ଅରବାନ୍ ଅଞ୍ଚଳରେ ରହୁଛନ୍ତି ସେମାନଙ୍କୁ ଅତି କମ୍ ରେ ନିଜ ବ୍ୟାଙ୍କ ଖାତାରେ 3000 ଟଙ୍କା ରଖିବା ଦରକାର ଏବଂ ଯେଉଁମାନେ ସେମି ଅରବାନ୍ ଓ ରୁରାଲ ଅଞ୍ଚଳରେ ରହୁଛନ୍ତି ସେମାନଙ୍କୁ ଯଥାକ୍ରମେ 2000 ଟଙ୍କା ଓ 1000 ଟଙ୍କା ନିଜ ଖାତାରରେ ରଖିବା ଦରକାର. ମେଟ୍ରୋ ଓ ଅରବାନ୍ ରେ ରହୁଥିବା ଲୋକଙ୍କ ମାସିକ ରାଶି ଯଦି 50 ପ୍ରତିଶତ କିମ୍ବା ତା ଠାରୁ କମ୍ ରୁହେ ତାହାଲେ 10 ଟଙ୍କା ଉପରେ ଜିଏସଟି ଯୋଡା ହୋଇ  ଚାର୍ଜେସ ଲାଗିବ. ଯଦି ଏହା 50-75 ପ୍ରତିଶତରୁ ଅଧିକ ହୁଏ ତାହାଲେ 12 ଟଙ୍କା ଉପରେ ଜିଏସଟି ଯୋଡା ହୋଇ ଚାର୍ଜେସ ଲାଗିବ. ଆଉ ଯଦି ଏହା 75 ପ୍ରତିଶତରୁ କମ୍ ରୁହେ ତାହାଲେ 15 ଟଙ୍କା ଉପରେ ଜିଏସଟି ଯୋଡା ହୋଇ ଚାର୍ଜେସ ଲାଗିବ. ଅନ୍ୟପଟେ ସେମି ଅରବାନ୍ କ୍ଷେତ୍ରରେ ନ୍ୟୂନତମ ରାଶି ଯଦି 50 ପ୍ରତିଶତ କିମ୍ବା ତା ଠାରୁ କମ୍ ରୁହେ ତାହାଲେ 7.50 ଟଙ୍କା ଉପରେ ଜିଏସଟି ଯୋଡା ହୋଇ ଚାର୍ଜେସ ଲାଗିବ. ସେହିଭଳି 50-75 ପ୍ରତିଶତରୁ ଅଧିକ ହେଲେ 10 ଟଙ୍କା ଉପରେ ଜିଏସଟି ଲାଗି ଗ୍ରାହକଙ୍କୁ ଚାର୍ଜେସ ଦେବାକୁ ପଡିବ. ଆଉ ଯଦି ଏହା 75 ପ୍ରତିଶତରୁ ଅଧିକ ତାହାଲେ 12 ଟଙ୍କା ଉପରେ ଜିଏସଟି ଯୋଡି ଚାର୍ଜେସ ଗ୍ରାହକଙ୍କୁ ଦେବାକୁ ପଡିବ. ସେହିଭଳି ରୁରାଲ ଅଞ୍ଚଳରେ ଯହି ରାଶିର ପରିମାଣ 50 ପ୍ରତିଶତ କିମ୍ବା ତା ଠାରୁ କମ୍ ରୁହେ ତାହାଲେ 5 ଟଙ୍କା ଉପରେ ଜିଏସଟି ଲାଗି ଚାର୍ଜେସ ଦେବାକୁ ପଡିବ. 50-75 ପ୍ରତିଶତରୁ କମ୍ ହେଲେ 7.50 ଉପରେ ଜିଏସଟି ଲାଗି ଚାର୍ଜେସ ପୈଠ କରିବାକୁ ପଡିବ ଏବଂ 75 ପ୍ରତିଶତରୁ ଅଧିକ ହେଲେ 10 ଟଙ୍କା ଉପରେ ଜିଏସଟି ଯୋଡା ହୋଇ ଚାର୍ଜେସ ଦେବାକୁ ହେବ.

LEAVE A REPLY

Please enter your comment!
Please enter your name here