ଭାରତୀୟ ବଜାରରେ ଲଞ୍ଚ ହେଲା ମାରୁତି ସୁଜିକିର ନୂଆ ଏସୟୁଭି-ଭିଟାରା । ଫେଷ୍ଟିବ୍ ସିଜିନ ପୂର୍ବରୁ ଏହି କାରକୁ ଲଞ୍ଚ କରିଛି କମ୍ପାନୀ । ମାରୁତିର ଏହି ବହୁପ୍ରତିକ୍ଷିତ ଏସୟୁଭିର ବୁକିଂ ଆରମ୍ଭ ହୋଇଯାଇଛି । ୫୫ ହଜାରରୁ ଅଧିକ ଗ୍ରାହକ ଗାଡି କିଣିବା ପାଇଁ ବୁକିଂ କରିଛନ୍ତି । ନୂଆ ଏସୟୁଭି-ଭିଟାରାରେ ୧.୫ ଲିଟର ପେଟ୍ରୋଲ ଇଞ୍ଜିନ୍ ରହିଛି । ପ୍ରତି ଲିଟର ପେଟ୍ରୋଲରେ ହାଇବ୍ରିଡ ମୋଡରେ ୨୮ କିଲୋମିଟର ଏବଂ ମାଇଲ୍ଡ ହାଇବ୍ରିଡ ମୋଡରେ ୨୦ କିଲୋମିଟର ମାଇଲେଜ ଦେଖାଇବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏକ୍ସ ସୋ ରୁମ ଦାମ୍ ୧୦ ଲକ୍ଷ ୪୫ ହଜାର ଟଙ୍କା ରହିଛି । ମାତ୍ର ଏହାର ଟପ୍ ମଡେଲର ଦାମ୍ ୧୯ ଲକ୍ଷ ୪୯ ହଜାର ରହିଛି ।

LEAVE A REPLY

Please enter your comment!
Please enter your name here