ନୂଆଦିଲ୍ଲୀ : ଜୁଲାଇ ୧୬ ତାରିଖରେ NEET-UG ୨୦୨୬ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି | ଦେଶ ବିଦେଶର ୫୫୧ଟି ସହରରେ ୫,୪୪୦ ପରୀକ୍ଷା କେନ୍ଦ୍ରରେ ପ୍ରାୟ ୨୦ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୧ ଲକ୍ଷ ୨୧ ହଜାର କୃତକାର୍ଯ୍ୟ ହୋଇଛନ୍ତି ।ଏହି ନମ୍ବର ଆଧାରରେ ସେମାନଙ୍କୁ ଦେଶର ବିଭିନ୍ନ ମେଡିକାଲ କଲେଜରେ ଏମବିବିଏସ ଓ ବିଡିଏସ୍ ସମେତ ବିଭିନ୍ନ ଡାକ୍ତରୀ ସ୍ନାତକ ବିଭାଗରେ ନାମଲେଖା ସୁଯୋଗ ମିଳିବ। କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ୫୮ ପ୍ରତିଶତ ହେଉଛନ୍ତି ଛାତ୍ରୀ। ୮ ରାଜ୍ୟର ୧୭ ରାଜ୍ୟ ଟପ୍ସର୍ ୭୦୦ କିମ୍ବା ତା’ଠାରୁ ଅଧିକ ନମ୍ବର ରଖିଛନ୍ତି। ମିଳିଥିବା ସୂଚନା ମୁତାବକ ନିଟ୍ ପରୀକ୍ଷାରେ ପଞ୍ଜାବର ଆର୍ଯ୍ୟାନ ଗୁପ୍ତା ଓ ହରିଆଣାର ପାଂଶୁଲ ବଂଶଲ ସର୍ବଭାରତୀୟ ଯୁଗ୍ମ ଟପର୍ ହୋଇଥିବା ବେଳେ ସାତ୍ତ୍ଵିକ ପଟ୍ଟନାୟକ ଓଡ଼ିଶା ଟପର୍ ହୋଇଛନ୍ତି। ସାତ୍ତ୍ଵିକ ଦେଶରେ ୪୦ତମ ରାଙ୍କ ହାସଲ କରିବା ବେଳେ ମୋଟ ୯୯.୯୯୭୮୯୯୯ ପର୍ସେଣ୍ଟାଇଲ୍ ନମ୍ବର ରଖିଛନ୍ତି। ତେବେ ଓଡ଼ିଶାରେ ପାଖାପାଖି ୩ ହଜାର ମେଡିକାଲ୍ ସିଟ୍ ରହିଛି। ଯାହାର କାଉନସେଲିଂ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) କର୍ତ୍ତୃପକ୍ଷ କରିବେ। ୬୯୦ କିମ୍ବା ତାହାଠୁ ଅଧିକ ନମ୍ବର ରଖିଥିବା ୧୩୮ଜଣଙ୍କ ମଧ୍ୟରେ ଓଡ଼ିଶାର ଅମନ କୁମାର ନାୟକ ସର୍ବଭାରତୀୟ ସ୍ତରରେ ୮୦ ନମ୍ବର ରାଙ୍କ ହାସଲ କରିଛନ୍ତି। ଅମନ ୯୯.୯୯୫୯୯୯୮ ପର୍ସେଣ୍ଟାଇଲ୍ ରଖିଛନ୍ତି। ସେହିପରି ଉତ୍ତରପ୍ରଦେଶରେ ସର୍ବାଧିକ ୧ ଲକ୍ଷ ୭୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି। ଅନ୍ୟପକ୍ଷରେ ଲାକ୍ଷାଦ୍ଵୀପରେ ସବୁଠାରୁ କମ୍ ମାତ୍ର ୪୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏଥର ୧୩୮ ଜଣ ପ୍ରାର୍ଥୀ ମୋଟ ୭୨୦ ନମ୍ବରରୁ ୬୯୦ରୁ ଅଧିକ ମାର୍କ ରଖି ଛନ୍ତି।

LEAVE A REPLY

Please enter your comment!
Please enter your name here