ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ଏବେ ସାଧାରଣ ଜନତା ଟେନସନ । ତେବେ ନୂଆ ନମ୍ବର ପ୍ଲେଟକୁ ନେଇ ଆସିଛି ଆଶ୍ୱସ୍ତିକର ଖବର । ରାଜ୍ୟ ସଡକ ପରିବହନ ପ୍ରାଧିକରଣ ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି । ଦିଆଯାଇଥିବା ଧାର୍ଯ୍ୟ ତାରିଖ ସୁଦ୍ଧା ବୁକିଂ କରିଥିଲେ ଫାଇନ ଦେବାରୁ ବର୍ତ୍ତିବେ । ଅନଲାଇନ୍ ବୁକିଂ ସ୍ଲିପ୍ ଦେଖାଇଲେ ଚେକିଂରୁ ରକ୍ଷାପାଇବେ । ଏବଂ ଆପଣଙ୍କର ଫାଇନ୍ କଟାଯିବ ନାହିଁ । ୧ ଓ ୨ରେ ସରୁଥିବା ନମ୍ବର ପାଇଁ ଡେଡଲାଇନ୍ ୩୦ ସେପ୍ଟେମ୍ବରକୁ ବୃଦ୍ଧି ହୋଇଛି । ୩ ଓ ୪ରେ ସରୁଥିବା ନମ୍ବର ପାଇଁ ଡେଡଲାଇନ୍ ମଧ୍ୟ ସେପ୍ଟେମ୍ବର ୩୦ ଯାଏଁ ରହିଛି । ଗାଡି ନମ୍ବର ଶେଷ ଅଙ୍କ ୫, ୬ ଥିଲେ ଡେଡଲାଇନ୍ ଅକ୍ଟୋବର ୩୧ ଯାଏଁ ରହିଛି । ଫାଇନକୁ ନେଇ ସମସ୍ତେ ଚିନ୍ତାରେ ଥିଲେ । ଏବଂ ନୂଆ ଗାଡି ନମ୍ବର ପାଇଁ ବୁକିଂ କଲେ ମାସେ ପରେ ନମ୍ବର ପ୍ଲେଟ ଲଗାଇବା ପାଇଁ ତାରିଖ ମିଳୁଥିଲା । ଯଦି ଆପଣ ବୁକିଂ କରିଛନ୍ତି କିନ୍ତୁ ଅକ୍ଟୋବର ୨୦ ପରେ ତାରିଖ ମିଳିଛି ନମ୍ବର ପ୍ଲେଟ ବଦଳାଇବା ପାଇଁ । ଆପଣଙ୍କୁ ଫାଇନ୍ ଦେବାକୁ ପଡିବନି । ବୁକିଂ କରିଥିଲେ ମିଳିଥିବା ସ୍ଲିପ୍‌କୁ ପାଖରେ ରଖିଥିବେ । ଯଦି ନୂଆ ନମ୍ବର ପ୍ଲେଟ୍ ଲାଗିନି ତାହେଲେ ଫାଇନ୍ କଟିବନି । ଯେଉଁମାନେ ସ୍ଲିପ୍ ଦେଖାଇବାରେ ବିଫଳ ହେବେ ସେମାନେ ଫାଇନ୍ ଦେବେ ।

LEAVE A REPLY

Please enter your comment!
Please enter your name here