ନୂଆଦିଲ୍ଲୀ: ଏବେ ସାରା ଦେଶରେ ଦୃଷ୍ଟି ଆକର୍ଷଣ କରିଛି ସୋନମ ୱାଙ୍ଗଚୁକଙ୍କ ଦୀର୍ଘ ୧୯ ଦିନର ଅନଶନ । ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଏହି ଗମ୍ଭୀର ପରିସ୍ଥିତିକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା, ଯେଉଁଥିରେ କୋର୍ଟ ମାନବିକତା ଏବଂ ଜୀବନର ମୂଲ୍ୟକୁ ସର୍ବୋପରି ମାନ୍ୟତା ଦେଇଛନ୍ତି। କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସରକାରୀ ଡାକ୍ତରମାନେ ପ୍ରତିଦିନ ଡାକ୍ତରୀ ପରୀକ୍ଷା କରନ୍ତୁ ଏବଂ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖନ୍ତୁ। ଶୁଣାଣି ସମୟରେ, କେନ୍ଦ୍ର ସରକାର କହିଛନ୍ତି ଯେ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିଦିନ ନଜର ରଖାଯାଉଛି। ଦିଲ୍ଲୀ ହାଇକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ, “ପ୍ରତ୍ୟେକ ମଣିଷର ଜୀବନ ଅତି ମୂଲ୍ୟବାନ ଏବଂ ଏହାକୁ ବଞ୍ଚାଇବା ପାଇଁ ସମସ୍ତ ସମ୍ଭବ ପଦକ୍ଷେପ ଗ୍ରହଣ କରାଯିବା ଉଚିତ।” ସରକାରୀ ଡାକ୍ତରଙ୍କ ଦ୍ୱାରା ତାଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ କୋର୍ଟ ନିର୍ଦ୍ଦେଶ ଦେବା ସହ ଡାକ୍ତରୀ ରିପୋର୍ଟ ଆଧାରରେ ଯଦି କୌଣସି ଜରୁରୀକାଳୀନ ପରିସ୍ଥିତି ଉପୁଜେ, ତେବେ ତୁରନ୍ତ ହସ୍ତକ୍ଷେପ କରିବାକୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here