ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରୁ ଫାଇଲ୍ ହଜିଯିବା ମାମଲାରେ ଆଜି ଅବସରପ୍ରାପ୍ତ ଆଇଏଏସ୍ ଅଫିସର ତଥା ପୂର୍ବତନ ବିଜେଡି ନେତା ଭି. କାର୍ତ୍ତିକେୟ ପାଣ୍ଡିଆନ୍ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ହାଜର ହେବାର କାର୍ଯ୍ୟକ୍ରମ ଥିଲା। ମାତ୍ର ସେ ବିଦେଶରେ ଥିବାରୁ ଆଜି ବ୍ୟକ୍ତିଗତ ଭାବେ ହାଜର ହୋଇପାରିବେ ନାହିଁ ବୋଲି ଜଣାପଡ଼ିଛି। ଏନେଇ ଭିକେ ପାଣ୍ଡିଆନ୍ ଇମେଲ୍ ମାଧ୍ୟମରେ ପୋଲିସକୁ ନିଜର ପକ୍ଷ ରଖିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ବୟାନ ରେକର୍ଡ କରିବାକୁ ସେ ପୋଲିସକୁ ଅନୁରୋଧ କରିଛନ୍ତି। ତେବେ ଏହା ଉପରେ କମିଶନରେଟ୍ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ। VC ମାଧ୍ୟମରେ ବୟାନ ନିଆଯିବ କି ନାହିଁ, ସେ ନେଇ ବରିଷ୍ଠ ଅଧିକାରୀମାନେ ନିଷ୍ପତ୍ତି ନେବେ ବୋଲି ମାମଲାର ତଦନ୍ତକାରୀ ଅଫିସର ଅତିରିକ୍ତ ଥାନା ଅଧିକାରୀ ବିପିନ ବିହାରୀ ହୋତା ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here