ଭୁବନେଶ୍ୱର: ଏମକେସିଜି ମେଡିକାଲ କଲେଜରେ ଅନୁଷ୍ଠିତ ପିଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଘଟଣାରେ ଗୁରୁତର ଅନିୟମିତତା ଦେଖିବାକୁ ମିଳିଛି। ଏହି ପ୍ରଶ୍ନପତ୍ର ଲିକ୍ ରାକେଟ୍‌ରେ ଜଣେ ଡାକ୍ତରୀ ଛାତ୍ର ଏବଂ ଅନୁଷ୍ଠାନର ଜଣେ ବରିଷ୍ଠ କିରାଣୀ ସମ୍ପୃକ୍ତ ଥିବା ନେଇ ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ, ଲକ୍ଷାଧିକ ଟଙ୍କା ବିନିମୟରେ ପରୀକ୍ଷାର୍ଥୀଙ୍କ ବିଭିନ୍ନ ୱାଟ୍ସଆପ୍ ଗ୍ରୁପ୍‌କୁ ପ୍ରଶ୍ନପତ୍ରର ଫଟୋ କପି ପଠାଯାଉଥିଲା। ସେହିପରି ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ମଧ୍ୟ ଏହି ପ୍ରଶ୍ନପତ୍ର ବିକ୍ରି ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ଘଟଣାଟି ପ୍ରଚାର ହେବ ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅଭିଯୋଗ ଆଧାରରେ ପୋଲିସ ଓ ପ୍ରଶାସନ ପକ୍ଷରୁ ଛାନ୍‌ଭିନ୍ ଆରମ୍ଭ ହୋଇଛି।

LEAVE A REPLY

Please enter your comment!
Please enter your name here