ମଝି ଆକାଶରେ ଜେଟ୍ ଏୟାରୱେଜର ବିମାନରେ ଯାନ୍ତ୍ରୀକ ତ୍ରୁଟି । ଫଳରେ ଧିରେଧିରେ ବିମାନ ମଧ୍ୟରେ ବାୟୁଚାପ କମିବାରେ ଲାଗିଥିଲା । ୩୦ ଜଣ ଯାତ୍ରୀଙ୍କ ନାକ ଓ କାନରୁ ରକ୍ତ ବାହାରିବା ଆରମ୍ଭ କରିଥିଲା । ଅନ୍ୟ କେତେଜଣ ଯାତ୍ରୀଙ୍କ ମୁଣ୍ଡ ବିନ୍ଧିବା ମଧ୍ୟ ଆରମ୍ଭ ହୋଇଥିଲା । ପାଇଲଟ ଏହା ଜାଣି ପାରି ତୁରନ୍ତ ବିମାନକୁ ଅବତରଣ କରାଇଥିଲେ । ଜେଟ୍ ଏୟାରୱେଜର ବି-୭୩୭ର ୯ ଡବ୍ଲୁ-୬୯୭ ବିମାନରେ ପାଖାପାଖି ୧୬୬ ଜଣ ଯାତ୍ରୀ ଥିଲେ । ବିମାନଟି ମୁମ୍ବାଇରୁ ଜୟପୁର ଯାଉଥିଲା । ଏହାପରେ ତୁରନ୍ତ ମୁମ୍ବାଇ ଫେରାଇ ଅଣାଯାଇଥିଲା । ବିମାନ କର୍ମଚାରୀଙ୍କ ଭୁଲ ଯୋଗୁଁ କ୍ୟାବିନ ପ୍ରେସର ସୁଇଚ ମେଣ୍ଟେନ କରାଯାଇନଥିଲା । ଫଳରେ ଏପରି ଅସୁବିଧାର ସମ୍ମୁଖୀନ ହୋଇଥିଲେ ଯାତ୍ରୀ । ଯାତ୍ରୀଙ୍କର ତୁରନ୍ତ ପ୍ରାଥମିକ ଚିକିତ୍ସା ଦିଆଯାଇଛି । ଯାତ୍ରୀଙ୍କ ପାଇଁ ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here