ଭୁବନେଶ୍ୱର: ଗାଁରେ ମିଳିବ ସହରୀ ସୁବିଧା ସୁଯୋଗ । ଏଥିପାଇଁ ସରକାର ପ୍ରତି ପଞ୍ଚାୟତଙ୍କୁ ଦେଢ଼ରୁ ତିନି କୋଟି ଟଙ୍କା ଦେବାକୁ ଯୋଜନା କରିଛନ୍ତି । ଏ ନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଥିବା ପଞ୍ଚାୟତରାଜ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଗ୍ରାମ ସମ୍ପଦ କାର‌୍ୟ୍ୟକ୍ରମ ଜରିଆରେ ଗାଁର ବିକାଶ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଗ୍ରାମାଞ୍ଚଳରେ ସହରୀ ସୁବିଧା ଉପଲବ୍ଧ କରିବାକୁ ଏସଓପି ପ୍ରସ୍ତୁତ ହୋଇଛି । ପଞ୍ଚାୟତରେ ଆଦର୍ଶ ଖେଳ ପଡିଆ, ଜିମ୍ ଆଦର୍ଶ କଲ୍ୟାଣ ମଣ୍ଡପ, ଆଦର୍ଶ ଗ୍ରାମୀଣ ହାଟ, ଆଦର୍ଶ ପୋଖରୀ, ଆଦର୍ଶ ମଣ୍ଡପ, ଶ୍ମଶାନ, ଆଦର୍ଶ ହାଟ ଓ ଗ୍ରାମୀଣ ପାର୍କ ନିର୍ମାଣ କରାଯିବ । ଆଦର୍ଶ ଖେଳ ପଡ଼ିଆ ପାଇଁ ୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ସରକାର । ଆଦର୍ଶ କଲ୍ୟାଣ ମଣ୍ଡପ ପାଇଁ ସରକାର ପ୍ରତି ପଞ୍ଚାୟତକୁ ୪୯ ଲକ୍ଷ ଟଙ୍କା ଦେବେ ସରକାର । ଯେଉଁଥିରେ ୭୦/୩୨ ଫୁଟରେ ଦୁଇଟି ଗ୍ରୀନ ରୁମ ସହ ଏକ ପେଣ୍ଡାଲ ରହିବ ରହିବ । ଯେଉଁଥିରେ ବିବାହର ନାଚ, ଗୀତ, ଡ୍ରାମାର ସୁବିଧା ରହିବ, ଭୋଜି ଭାତ ସହ ପଞ୍ଚାୟତ ତରଫରୁ ପାଣି ଯୋଗାଇ ଦିଆଯିବ । ସେହିପରି ଆଦର୍ଶ ପୋଖରୀ ପାଇଁ ୩୪ ଲକ୍ଷ ପଥର ବନ୍ଧେଇ ସହ ଚାରିପଟେ ଫେବର ବ୍ଲକ ପଡିବ । ଶ୍ମଶାନ ପାଇଁ ୨୨ ଲକ୍ଷ ଟଙ୍କା ଦିଆଯିବ । ଆଦର୍ଶ ଗ୍ରାମୀଣ ପାର୍କ ପାଇଁ ୨୦ ଲକ୍ଷ, ଟଙ୍କା ଆବଣ୍ଟିତ କରାଯାଇଛି । ଏଥିରେ ଯୁବକଙ୍କ ପାଇଁ ଜିମ୍ ବି ରହିବ, ଯେଉଁଥିରେ ଜିମର ସମସ୍ତ ଉପକରଣ ଉପଲବ୍ଧ ରହିବ । ଆଦର୍ଶ ହାଟରେ ପାନୀୟ ଜଳ ସହ ପ୍ରବେଶ ପାଇଁ ଗେଟ ରହିବ । ଏହା ସହିତ ପ୍ରତି ପଞ୍ଚାୟତକୁ ସବୁଜ ଜିମା କରିବାକୁ ବୃକ୍ଷ ରୋପଣ କରାଯିବ । ପ୍ରତି ପଞ୍ଚାୟତରେ ୭୦୦ ଗଛ ଲଗାଯିବାକୁ ଲକ୍ଷ୍ୟ ରଖାଯାଇଛି । ଆଦର୍ଶ ପାଠାଗାର ପାଇଁ ୧୦ ଲକ୍ଷ ଟଙ୍କା ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here