ନୂଆଦିଲ୍ଲୀ: କଂଗ୍ରେସ କାର୍ଯ୍ୟକ୍ରମରେ ଜାତୀୟ ଗୀତ ‘ବନ୍ଦେ ମାତରମ’ର କେବଳ ପ୍ରଥମ ଦୁଇ ଛନ୍ଦ ଗାନ କରିବା ନିଷ୍ପତ୍ତିକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ଏହି ପ୍ରସଙ୍ଗରେ କଂଗ୍ରେସକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ ଅଭିଯୋଗ କରିଛନ୍ତି ଯେ, ୧୯୩୭ର ନିଷ୍ପତ୍ତିକୁ ପୁଣି ଲାଗୁ କରି କଂଗ୍ରେସ ତଥାକଥିତ ‘ତୁଷ୍ଟୀକରଣ ରାଜନୀତି’କୁ ଆଗକୁ ବଢ଼ାଉଛି। ଏହାସହ ସ୍ୱାଧୀନତା ସଂଗ୍ରାମରେ ‘ବନ୍ଦେ ମାତରମ’ ଗାଇ ଜୀବନ ବଳି ଦେଇଥିବା ସହିଦମାନଙ୍କୁ ମଧ୍ୟ ଅପମାନ କରାଯାଉଛି ବୋଲି ଶାହ କହିଛନ୍ତି।ଶ୍ରୀ ଶାହା କହିଛନ୍ତି, ‘ମୁସଲମାନ ସନ୍ତୁଷ୍ଟିକରଣ ପାଇଁ କଂଗ୍ରେସ ୧୯୩୭ ମସିହାରେ ବନ୍ଦେ ମାତରମ୍ ପରି ଏକ ପବିତ୍ର ଗାନକୁ ଏଭଳି ଭାଗ ଭାଗ କରି ମାତ୍ର ଦୁଇପଦ ଗାନ କରିବାକୁ ନିଷ୍ପତି ନେଇଥିଲା, ଯାହା ପରବର୍ତୀ ସମୟରେ ଭାରତ ଇତିହାସରେ ଏକ କଳଙ୍କିତ ଫର୍ଦ୍ଦ, ଅର୍ଥାତ ଭାରତ ବିଭାଜନର କାରଣ ପାଲଟିଲା । କଂଗ୍ରେସର ଏଭଳି ଦୋମୁହାଁ ନୀତି ହିଁ ପରବର୍ତୀ ସମୟରେ ପାକିସ୍ତାନ ଗଠନ ଦିଗରେ ବାଟ ଫିଟାଇଥିଲା ।’ ଶ୍ରୀ ଶାହା ଆହୁରି ମଧ୍ୟ କହିଛନ୍ତି ବର୍ତମାନ ଏହି ମହାନ ଗାନ ୧୫୦ ବର୍ଷରେ ଉପନୀତ ହୋଇଛି । ସରକାରୀ କାର୍ଯ୍ୟକ୍ରମଗୁଡିକରେ ଗାନଟିକୁ ସମ୍ପୂର୍ଣ୍ଣ ଆବୃତି ମାଧ୍ୟମରେ ଜାତୀୟ ସଂହତି ପ୍ରତିଷ୍ଠା ପାଇଁ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଉଦ୍ୟମ କରୁଥିବା ବେଳେ କଂଗ୍ରେସର ଏପରି ନିଷ୍ପତି ନିଶ୍ଚିତ ଦୁର୍ଭାଗ୍ୟଜନକ ।

LEAVE A REPLY

Please enter your comment!
Please enter your name here