ମିଠୁ ମାମଲାରେ ଛନ୍ଦି ହୋଇ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଏମ ଜେ ଆକବରଙ୍କ ମାନହାନୀ ମୋକଦ୍ଦମାର ଶୁଣାଣି ଅତିରିକ୍ତ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହୋଇଛି. ମହିଳା ସାମ୍ବାଦିକ ପ୍ରିୟା ରମଣୀଙ୍କ ବିରୋଧରେ ଆକବର ମାନହାନୀ ମୋକଦ୍ଦମା ଦାୟର କରିଥିଲେ. ଆକବରଙ୍କ ପକ୍ଷରୁ ବରିଷ୍ଠ ଓକିଲ ଗୀତା ଲୁଥୁରା ଯୁକ୍ତି ଦର୍ଶାଇଥିଲେ ଯେ, ପ୍ରିୟା ରମଣୀ ତାଙ୍କ ମହକିଲ ଏମ.ଜେ. ଆକବରଙ୍କ  ସମ୍ମାନକୁ ଆଞ୍ଚ ଆଣିବା ଭଳି ଟ୍ଵିଟ୍ କରିଛନ୍ତି। ତାଙ୍କର ଦ୍ଵିତୀୟ ଟ୍ଵିଟ୍ ମଧ୍ୟ ମାହହାନୀକାରକ ଥିଲା ଏବଂ ଏହାକୁ ୧୨୦୦  ଲୋକ ଲାଇକ ମଧ୍ୟ କରିଥିଲେ. ଏଭଳି ଟ୍ବିଟ ମାନହାନୀକାରକ ନଚେତ ପ୍ରିୟା ରମଣୀ କରିଥିବା ଅଭିଯୋଗ ପ୍ରମାଣିତ କରନ୍ତୁ. ସବୁ ଦଲିଲ ଓ ଯୁକ୍ତି ଶୁଣିବା ପରେ କୋର୍ଟ ଆକବର ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ ପାଇଁ ପରବର୍ତ୍ତୀ ଶୁଣାଣି ତାରିଖ ଅକ୍ଟୋବର ୩୧କୁ ନିର୍ଦ୍ଧାରିତ କରିଛନ୍ତି. ତେବେ ପ୍ରିୟା ରମାଣୀଙ୍କ ସପକ୍ଷରେ ଓ ଆକବରଙ୍କ ବିରୋଧରେ ସାକ୍ଷୀ ଦେବାକୁ ମହିଳା ସାମ୍ବାଦିକଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି. ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଆକବରଙ୍କ ବିରୋଧରେ ସାକ୍ଷି ଦେବାକୁ ପ୍ରସ୍ତୁତ ହୋଇଥିବା ସବୁ ମହିଳା ସାମ୍ବାଦିକା ଏସିଆନ ଏଜରେ କାର୍ଯ୍ୟ କରୁଥିଲେ, ଯେତେବେଳେ ଆକବର ଉକ୍ତ ଖବରକାଗଜର ସଂପାଦକ ଥିଲେ. ତେବେ ଏମ.ଜେ. ଆକବର ଏହି ମାମଲା ଲଢିବା ପାଇଁ 97 ଜଣ ବରିଷ୍ଠ ଓକିଲଙ୍କୁ ପ୍ରସ୍ତୁତ କରିଛନ୍ତି.

LEAVE A REPLY

Please enter your comment!
Please enter your name here