କଟକ: ଲାଞ୍ଚ ନେଇ ଧରାପଡିବା ପରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ। ଅଫିସ ଗାଡ଼ିରେ ବିଲ ପାସ୍‌ ଟଙ୍କା ନେଇ ଘରକୁ ଯାଉଥିଲାବେଳେ ରାସ୍ତାରେ ତାଙ୍କୁ ଧରିଥିଲା ଭିଜିଲାନ୍ସର ସ୍ବତନ୍ତ୍ର ଟିମ। ଠିକାଦାରମାନଙ୍କ ବକେୟା ବିଲ୍‌ ପାସ କରିବା ପାଇଁ ଲାଞ୍ଚ ଆଦାୟ କରାଯାଉଥିବା ନେଇ ବିଶ୍ୱସନୀୟ ଖବର ପାଇଥିଲା ଭିଜିଲାନ୍ସ। ଭିଜିଲାନ୍ସ ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଡ୍ରେନେଜ୍ ଡିଭିଜନର ସହକାରୀ ନିର୍ବାହୀଯନ୍ତ୍ରୀ ଅନୁପମା ସାହୁଙ୍କୁ ଓଡ଼ିଶା ଭିଜିଲାନ୍ସ ମାର୍ଶାଘାଇ ଛକ NH 53-A ରେ ଅଟକାଇଥିଲା । ସେ ଅଫିସ୍ ରୁ ନୟନବିହାର, କେନ୍ଦ୍ରାପଡ଼ା ସ୍ଥିତ ଘରକୁ ଅଫିସ୍ ଗାଡ଼ିରେ ଯାଉଥିଲେ । ଗାଡ଼ିରୁ ୩,୧୫,୦୦୦ ଟଙ୍କା ସନ୍ଦେହଜନକ ଲାଞ୍ଚ ଟଙ୍କା ଭିଜିଲାନ୍ସ ଅଧିକାରୀ ମାନେ ଜବତ କରିଥିଲେ । ସେ ଟଙ୍କାର ଉତ୍ସ କହି ନ ପାରିବାରୁ ଟଙ୍କା ଓ ଗାଡ଼ି ଜବତ କରିଥିଲା ଭିଜିଲାନ୍ସ ଟିମ୍ । ତାପରେତାଙ୍କ ଅଫିସ୍ ଓ ଘରେ ଚଢ଼ାଉ କରାଯାଇଥିଲା । ଘରେ ଚଢ଼ାଉ ବେଳେ ପୁଣି ୪ ଲକ୍ଷ ଟଙ୍କା ମିଳିଥିଲା । ତାଙ୍କଠାରୁ ସର୍ବମୋଟ ୭ ଲକ୍ଷ ୧୫ ହଜାର ଟଙ୍କା ଜବତ କରାଯାଇଛି lତାଙ୍କର ଭୁବନେଶ୍ୱର ରେ ଗୋଟିଏ ଫ୍ଲାଟ, ବ୍ୟାଙ୍କ ଡିପୋଜିଟ ୬୩ ଲକ୍ଷ, ଢେଙ୍କାନାଳରେ ଏକ ସିମେଣ୍ଟ ରଡ୍‌ ଗୋଦାମ ଓ ବଲାଙ୍ଗୀରରେ ଗୋଟିଏ ଦୋକାନ ରହିଛି।

LEAVE A REPLY

Please enter your comment!
Please enter your name here