ରବିବାର ମଇଦାନକୁ ଓହ୍ଲାଇଛନ୍ତି ଭାରତ ଓ ୱେଷ୍ଟଇଣ୍ଡିଜ୍ ଦଳ. 5 ଟି ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଗୁଆହାଟୀରୁ ଆରମ୍ଭ କରାଯାଇଛି. ଏଥିପାଇଁ ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ୍ ଦଳ ନିଜର ପୂର୍ବ ଅଭ୍ୟାସ ସାରି ମଇଦାନକୁ ଓହ୍ଲାଇଛନ୍ତି. ପ୍ରଥମେ ଭାରତ ଟସ୍ ଜିତି ବୋଲିଂ କରିବା ପାଇଁ ନିଷ୍ପତି ନେଇଛି. ତେବେ ଏହି ମ୍ୟାଚରେ ସବୁଠୁ ଖାସ୍ କଥା ହେଲା ଯେ, ୱେଷ୍ଟଇଣ୍ଡିଜ୍ ବିପକ୍ଷ ରେ ଦିନିକିଆ ମ୍ୟାଚ୍ ଖେଳିବା ପାଇଁ ଋଷଭ ପନ୍ଥକୁ ସୁଯୋଗ ମିଳିଛି ଏବଂ ଏହା ହେଉଛି ତାଙ୍କର ଅନ୍ତରାଷ୍ଟ୍ରିୟ ମ୍ୟାଚ କ୍ୟାରିୟରର ପ୍ରଥମ ପାହାଚ. ଯେଉଁଥିପାଇଁ ଆଜିର ମ୍ୟାଚ ରେ ସମସ୍ତଙ୍କ ନଜର ତାଙ୍କ ଉପରେ ରହିବ. ଟେଷ୍ଟ ସିରିଜରେ ଋଷଭଙ୍କ ଚମତ୍କାର ପ୍ରଦର୍ଶନ ପରେ ତାଙ୍କୁ ଏହି ମ୍ୟାଚରେ ଖେଳିବା ପାଇଁ ସୁଯୋଗ ମିଳିଛି. ଏହାଛଡା କୁଲ୍ ମ୍ୟାନ୍ ମହେନ୍ଦ୍ର ସିଂ ଧୋନିଙ୍କ ଉପରେ ମଧ୍ୟ ଆଜିର ମ୍ୟାଚକୁ ନେଇ ଚାପ ରହିବ. ଏହାପରେ ଅମ୍ବାତି ରାୟଡୁଙ୍କୁ ମଧ୍ୟ ଏହି ଦିନିକିଆରେ ଖେଳିବା ପାଇଁ ସୁଯୋଗ ମିଳିଛି.

LEAVE A REPLY

Please enter your comment!
Please enter your name here