ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ. ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଥିବା ଏହି ଉଦ୍ୟାନଟି ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲା ହେବ. ଦୀର୍ଘ ସାଢେ ତିନି ମାସ ବନ୍ଦ ରହିବା ପରେ ଏହାକୁ ପୁଣିଥରେ ପର୍ଯ୍ୟଟକଙ୍କ ନିମନ୍ତେ ଖୋଲା ହେବ. ଏଥିପାଇଁ ଶନିବାର ଦିନ ଜିଲ୍ଲା ସୂଚନା ଏବଂ ଜନସଂପର୍କ କାର୍ଯ୍ୟାଳୟ ତରଫରୁ ଏକ ଅଧିସୂଚନା ଜାରି କରାଯାଇଥିଲା. ସୂଚନା ଅନୁସାରେ, ପର୍ଯ୍ୟଟକମାନେ ପିଠାବାଟ ଓ କାଳିପାଣି ଚେକ୍ ଗେଟ ଦେଇ ପାର୍କ ଭିତରକୁ ପ୍ରବେଶ କରିପାରିବେ. ଏଥିପାଇଁ ପ୍ରତ୍ୟେକ ଦିନ ଅତି ବେଶିରେ 35ଟି ଚାରିଚକିଆ ଯାନ କାଳିଆପାଣି ଦେଇ ପ୍ରବେଶ କରିବ ଓ 25ଟି ଯାନ ପିଠାବାଟ ଦେଇ ପ୍ରବେଶ କରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି. ପ୍ରତିବର୍ଷ ଏଠାକୁ ଦେଶ ତଥା ଦେଶ ବାହାରୁ ଟୁରିଷ୍ଟମାନେ ଆସିଥାନ୍ତି ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି.

LEAVE A REPLY

Please enter your comment!
Please enter your name here