’ସୁନ୍ଦରୀ’ର ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସୁନ୍ଦରୀ ଏକ ବଳଦ ଶିକାର କରିଛି। ଟାଇଁସି ନିକଟରେ ଥିବା କୁମୁରୀ ଗାଁରେ ଏହି ଘଟଣା ଘଟିଛି। ରବିବାରରେ ଜଣେ ବ୍ୟକ୍ତିଙ୍କୁ ସୁନ୍ଦରୀ ମାରିବା ସହ ସାମ୍ବାଦିକଙ୍କୁ ମଧ୍ୟ ଆକ୍ରମଣ କରିଥିଲା । କିଛି ମାସ ଧରି ଗୋଟିଏ ପରେ ଗୋଟିଏ ଶିକାର କରିବାରୁ ରବିବାର ଠାରୁ ଗାଁ ଲୋକେ ଉତ୍ତ୍ୟକ୍ତ ହୋଇ ପୁଲିସ ଉପରେ ଆକ୍ରମଣ କରିଥିଲେ। ମୃତ ଦେହକୁ ରାଜପଥରେ ରଖି ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ। ଢେଲା ପଥର ମାଡ଼ କରିବା ସହ ନିଆଁ ଲଗାଇ ବସ ଟ୍ରକ ମଧ୍ୟ ଜାଳିଥିଲେ । ବାଘୁଣୀ ପାଇଁ ଏହି ଅଞ୍ଚଳରେ ଉତ୍ତେଜନା ବଢିବାରେ ଲାଗିଛି । ଆଜି ବାଘୁଣୀକୁ ଟ୍ରାଙ୍କୁଲାଇଜ୍‍ କରି ଏନ୍‍କ୍ଲୋଜର ଭିତରକୁ ନେବା ପାଇଁ ବନ ବିଭାଗ ପ୍ରକ୍ରିୟା ଆରମ୍ଭ କରିପାରେ। ଟ୍ରାଙ୍କୁଲାଇଜ୍‍ କରିବା ପାଇଁ ରବିବାର ରାତିରୁ ଅନୁଗୁଳରେ ବିଷେଶଜ୍ଞ ଟିମ୍‍ ପହଞ୍ଚିଛନ୍ତି। ଏହି ଟିମରେ ଓୟୁଏଟି ଓ ନନ୍ଦନକାନନର ବିଷେଶଜ୍ଞ ଡ଼ାକ୍ତର ଅଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅଧିକ ପୁଲିସ ମୁତୟନ କରାଯାଇଛି।

LEAVE A REPLY

Please enter your comment!
Please enter your name here