ରୋଗୀମାନଙ୍କର ଚିକିତ୍ସାରେ ଅବହେଳା ହେଉଥିବା ନେଇ ଅନେକ ମେଡିକାଲରୁ ଅଭିଯୋଗ ଆସେ । ହେଲେ ବର୍ତମାନ ସମୟରେ ଯେଉଁ ଅଭିଯୋଗ ଆସିଛି ତାହା ଶୁଣିଲେ ଆଶ୍ଚର୍ୟ୍ୟ ଲାଗୁଛି । ବିହାର ବକ୍ସର ଅଞ୍ଚଳରେ ଥିବା ସରକାରୀ ହସ୍ପିଟାଲରେ ଘଟିଛି ଏକ ଅଭାବନୀୟ ଘଟଣା । ଏଠାରେ ଆରା ଅଞ୍ଚଳର ଜଣେ ଚିକିତ୍ସାଧୀନ ଜଣେ ରୋଗୀଙ୍କ କଟାଗୋଡ଼ କୁକୁର ନେଇ ପଳାଇଛି । ପରେ ଚିକିତ୍ସା ଅବସ୍ଥାରେ ରୋଗୀ ରାମନାଥ ମିଶ୍ରଙ୍କର ମୃତ୍ୟୁ ଘଟିଛି। ରାମନାଥ ଟ୍ରେନ୍‌ରେ ଚଢୁଥିବା ସମୟରେ ତଳେ ପଡ଼ିଯାଇଥିଲେ । ପରେ ତୁରନ୍ତ ଜିଆରପି ଆହତଙ୍କୁ ସଦର ହସ୍ପିଟାଲକୁ ପହଞ୍ଚାଇଥିଲେ । ହସ୍ପିଟାଲରେ ଚିକିତ୍ସା ବେଳେ ଡାକ୍ତର କଟି ଯାଇଥିବା ଗୋଡ଼କୁ ଶରୀରରୁ ଅଲଗା କରି ଦେଇଥିଲେ। ଏହି ସମୟରେ ଗୋଟିଏ କୁକୁର ଆସି ଉକ୍ତ କଟା ଗୋଡ଼କୁ ନେଇ ପଳାଇ ଯାଇଥିଲା । ହସ୍ପିଟାଲରେ ଚିକିତ୍ସାର ଅଭାବରୁ ଆହତଙ୍କ ମୃତ୍ୟୁ ହୋଇଯାଇଛି । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଏଭଳି ମନମୁଖୀ କାର୍ୟ୍ୟ ନେଇ ଚର୍ଚ୍ଚା ଜୋର୍‌ ଧରିଛି ।

LEAVE A REPLY

Please enter your comment!
Please enter your name here