ବିବାହ ପାଇଁ ପୁଅଙ୍କ ବୟସ ୨୧ ବର୍ଷରୁ ୧୮ ବର୍ଷକୁ ହ୍ରାସ କରିବା ପାଇଁ ଆବେଦନକୁ ସୁପ୍ରିମକୋର୍ଟ ଖଣ୍ଡନ କରିବା ସହିତ ଏ ନେଇ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାକୁ ଖାରଜ କରିଦେଇଛନ୍ତି । ଏହା ସହିତ ମାମଲା ଦାୟର କରିଥିବା ଆଇନଜୀବୀଙ୍କ ଉପରେ ୨୫୦୦୦ ଟଙ୍କାର ଜରିମାନା ଲଗାଇଛନ୍ତି ସୁପ୍ରିମକୋର୍ଟ। ଆଇନଜୀବୀ ଅଶୋକ ପାଣ୍ଡେ ବିବାହ ପାଇଁ ପୁଅଙ୍କ ବୟସ ୨୧ ବର୍ଷରୁ ୧୮ ବର୍ଷକୁ ହ୍ରାସ କରିବା ପାଇଁ ଜନସ୍ୱାର୍ଥ ମାମଲା ଦାଖଲ କରିଥିଲେ। ତେବେ ଆମ ଦେଶରେ ବିବାହ ପାଇଁ ପୁଅଙ୍କ ବୟସ ୨୧ ବର୍ଷ ଓ ଝିଅଙ୍କ ପାଇଁ ୧୮ ବର୍ଷ ବୟସକୁ ଆଇନଗତ ମାନ୍ୟତା ମିଳିଛି।
ଏହା ପୂର୍ବରୁ ଆଇନ ମନ୍ତ୍ରଣାଳୟ ମଧ୍ୟ ପ୍ରସ୍ତାବ ଦେଇଥିଲା କି ସମସ୍ତ ଧର୍ମର ପୁରୁଷ ଏବଂ ମହିଳାଙ୍କ ବିବାହ ବୟସ ୧୮ ବର୍ଷ କରି ଦେବା ଉଚିତ। ଆଇନ ପରାମର୍ଶଦାତାଙ୍କ ପ୍ୟାନେଲ ଅଦାଲତକୁ ଦେଇଥିବା ଦସ୍ତାବେଜରେ କହିଥିଲେ କି,‘ଯଦି ଏହି ବୟସରେ ଜଣେ ନାଗରିକ ନିଜ ସରକାର ବାଛିବା ପାଇଁ ମତଦାନର ଅଧିକାର ପାଇଛନ୍ତି, ତେଣୁ ତାଙ୍କୁ ନିଜ ଜୀବନସାଥୀ ବାଛିବା ପାଇଁ ଯୋଗ୍ୟ ବିବେଚନା କରାଯାଉ’।
ଆଇନ ପରାମର୍ଶଦାତାଙ୍କ ପ୍ୟାନେଲ ନିଜର ଯୁକ୍ତି ଦର୍ଶାଇ କହିଥିଲେ କି ପର୍ସନାଲ ଲ’ରେ ସଂଶୋଧନ ଆଣି ବାଲ୍ୟ ବିବାହକୁ ରୋକାଯାଇ ପାରିବ ଏବଂ ଅସମାନତାକୁ ଦୂର କରାଯାଇ ପାରିବ ।  ହିନ୍ଦୁ ଆଇନ ଅନୁସାରେ ୧୬ ବର୍ଷର ଝିଅ ଏବଂ ୧୮ ବର୍ଷର ପୁଅ ବିବାହ ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି ପ୍ୟାନେଲ ଯୁକ୍ତି ଦର୍ଶାଇଥିଲେ ।  ତେବେ ମୁସଲିମ୍‍ ଆଇନ ଅନୁସାରେ ଏହାକୁ ନାବାଳିକ ବା ବାଲ୍ୟ ବିବାହ ବୋଲି ବିବେଚନା କରାଯାଏ।

LEAVE A REPLY

Please enter your comment!
Please enter your name here