ପୁରୀ:ଶୁକ୍ରବାର ପୁରୀ ଟାଉନ ହଲ ଠାରେ ହବିଷ ବ୍ରତ କାର୍ଯ୍ୟରେ ନିୟୋଜିତ ସ୍ୱଚ୍ଛେସେବୀମାନଙ୍କୁ ନେଇ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ହବିଷ୍ୟାଳୀ ମାନଙ୍କର ସେବାକୁ ନିଷ୍ଠା ଓ ଧର୍ମର କାର୍ଯ୍ୟ ବୋଲି ବିବେଚନା କରି ପ୍ରତ୍ୟେକ ଦାୟିତ୍ୱ ନିର୍ବାହ ପାଇଁ ଆହ୍ୱାନ ଦେଇଥିଲେ । ବିଗତ ବର୍ଷ ଗୁଡ଼ିକରେ ସ୍ବେଛାସେବୀ ମାନଙ୍କର ସେବା ଓ ସହଯୋଗ ବେଶ ପ୍ରଶଂସନୀୟ ଥିଲା । ଚଳିତ ବର୍ଷ ଅନୁରୂପ ସହଯୋଗ ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।ଏହି ଅବସରରେ ଜିଲ୍ଲାପାଳ କହିଥିଲେ,”ପବିତ୍ର କାର୍ତ୍ତିକ ମାସ ପାଇଁ ଆସୁଥିବା ବିଭିନ୍ନ ଅଞ୍ଚଳର ମାଆମାନଙ୍କୁ ଆମେ ଉପଯୁକ୍ତ ସେବା ଯୋଗାଇ ଦେବା । ସେମାନେ ମାସକ ପରେ ନିଜ ଘରକୁ ଫେରିଲା ବେଳେ ଯେପରି ଏକ ସୁଖଦ ଓ ଆନନ୍ଦମୟ ଅନୁଭବ ନେଇ ଫେରିବେ ସେହି ଅନୁସାରେ ଆମେ ତାଙ୍କୁ ସେବା ଯୋଗାଇଦେବା । ସକାଳ ଦର୍ଶନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଯେଉଁମାନଙ୍କ ଡିଉଟି ଯେଉଁ ସମୟରେ ରହୁଛି ତାହାକୁ ସଠିକ ଭାବେ ପାଳନ କରିବା । ହବିଷ୍ୟାଳୀ କାର୍ଯ୍ୟରେ କୌଣସି ଅବହେଳା ଗ୍ରହଣୀୟ ନୁହେଁ ବୋଲି କହିବା ସହ ପ୍ରତ୍ୟେକ ନିଷ୍ଠାପର ଭାବେ ଦାୟିତ୍ୱ ନିର୍ବାହ ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଅନୁରୋଧ କହିଥିଲେ ।ଏସପି ପ୍ରତୀକ ସିଂ ଯୋଗ ଦେଇ ହବିଷ୍ୟାଳୀ ମାଆ ମାନଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ଏବଂ ଟ୍ରାଫିକ ବ୍ୟବସ୍ଥା ଉପରେ ଗୁରୁତ୍ବ ଦେଇଥିଲେ । ସେ କହିଥିଲେ ଯେ, ପୋଲିସ ଓ ସ୍ବେଚ୍ଛାସେବୀ ମାନଙ୍କ ସମନ୍ୱୟରେ ଚଳିତ ବର୍ଷ ଶୃଙ୍ଖଳିତ ଭାବେ ଏହାକୁ ଆମେ ସମ୍ପର୍ଣ୍ଣ କରିବା ।

LEAVE A REPLY

Please enter your comment!
Please enter your name here