ଓଡିଶାର ଯଦି କିଏ ସ୍ବାର୍ଥ ରକ୍ଷା କରୁଛି, ସେ ହେଉଛି ବିଜୁ ଜନତା ଦଳ । ଆଞ୍ଚଳିକ ଦଳ ହିଁ ଓଡିଶାର ସ୍ବାର୍ଥ ରକ୍ଷା କରିପାରିବ, ଯାହା ବିଜେଡି କରିଆସୁଛି । ବିଜେପି ଓ କଂଗ୍ରେସ ଜାତୀୟ ଦଳ ଏବଂ ସେମାନଙ୍କର ବସ୍ ଦିଲ୍ଲୀରେ ରହୁଛନ୍ତି । କଂଗ୍ରେସର ରିମୋର୍ଟ କଣ୍ଟ୍ରୋଲ ଦିଲ୍ଲୀରେ । ମାତ୍ର ବିଜେଡିର ବସ୍ ହେଉଛନ୍ତି ଓଡିଶାବାସୀ । ଆଜି ଏମିତି ଜାତୀୟ ଓ ଆଞ୍ଚଳିକ ଦଳର ତୁଳନାତ୍ମକ ଚିତ୍ର ଦେଇ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ଜାତୀୟ ଦଳ ଗୁଡିକ କ୍ଷମତାକୁ ଆସିବା ପାଇଁ କେବଳ କାମ କରୁଛନ୍ତି, କିନ୍ତୁ ବିଜେଡି ଓଡିଶାବାସୀଙ୍କ ସ୍ବାର୍ଥ ରକ୍ଷା ପାଇଁ କାମ କରିଆସୁଛି । ଜାତୀୟ ଦଳ ପାଇଁ ହିନ୍ଦି ଭାଷା ଗୁରୁତ୍ବପୂର୍ଣ୍ଣ । କିନ୍ତୁ ଓଡିଶା ପାଇଁ ଓଡିଆ ଭାଷା ଅତି ଗୁରୁତ୍ବପୂର୍ଣ୍ଣ । ଉଭୟ କେନ୍ଦ୍ର ସରକାର ଓ ବିରୋଧୀ ଦଳଗୁଡିକୁ ଆକ୍ଷେପ କରିବା ସହ ଓଡିଶାକୁ ସ୍ବତନ୍ତ୍ର ପାହ୍ୟା ଦାବି ପ୍ରସଙ୍ଗ ପୁଣିଥରେ ଉଠାଇଛନ୍ତି ।

LEAVE A REPLY

Please enter your comment!
Please enter your name here