ଭୁବନେଶ୍ୱର: ପଲାସପଲ୍ଲୀରେ ବୋମାମାଡ଼ ସହ ଏକ ପରିବାର ଉପରେ ଖଣ୍ଡାରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଏୟାରପୋର୍ଟ ଥାନା ଅନ୍ତର୍ଗତ ଲେନ୍‌-୧୩ରେ ଥିବା ଶ୍ରୀଧର ମହାରଣାଙ୍କ ଘରେ ପଶି ଦୁର୍ବୃତ୍ତମାନେ ଏହି ଆକ୍ରମଣ କରିଛନ୍ତି । ଏଥିରେ ପରିବାରର ୪ ଜଣ ଆହତ ହୋଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ମିଳିଥିବା ସୂଚନା ସୂଚନା ଅନୁଯାୟୀ କୁକୁଟେଶ୍ୱର ଅଞ୍ଚଳର ପ୍ରାୟ ୧୨ ଜଣ ଯୁବକ ହାତରେ ମାରଣାସ୍ତ୍ର ଧରି ଶ୍ରୀଧର ମହାରଣାଙ୍କ ଘରେ ପଶିଥିଲେ । ଏହାପରେ ସେମାନେ ପରିବାର ଲୋକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିବା ସହ ବୋମାମାଡ଼ କରିଥିଲେ । ଆକ୍ରମଣରେ ୪ ଜଣ ଆହତ ହୋଇଥିବା ବେଳେ ଦୁଇ ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣ ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏୟାରପୋର୍ଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି l

LEAVE A REPLY

Please enter your comment!
Please enter your name here