ମୁମ୍ବାଇ: ବଲିଉଡ୍‌ ଷ୍ଟାର୍ ମାନଙ୍କ ସୁରକ୍ଷା ପାଇଁ ଆଡଭାଇଜରି ଜାରିକଲା ମୁମ୍ବାଇ ପୋଲିସ l ବଲିଉଡ୍ ଷ୍ଟାର ମାନଙ୍କୁ ସର୍ବସାଧାରଣ ସ୍ଥାନକୁ ଯିବା ଓ ସେଠାରେ ଅଧିକ ସମୟ ବିତାଇବାରୁ ଦୂରେଇ ରହିବାକୁ ପରାମର୍ଶ । ସାଧାରଣ ସ୍ଥାନରେ ଯିବା ଆସିବା ବେଳେ ସତର୍କ ରହିବା ସହ ପ୍ରଶଂସକଙ୍କ ସହ ସେଲ୍ ଫି ନେବା ବେଳେ ବି ସାବଧାନ ରହିବାକୁ ପରାମର୍ଶ ଦେଇଛି ମୁମ୍ବାଇ ପୋଲିସ । କିଛି ଦିନ ତଳେ ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ ଉପରକୁ ମୁମ୍ବାଇର ଜୁହୁ ଅଞ୍ଚଳରେ ଏକ ମରଣାନ୍ତକ ଆକ୍ରମଣ ପରେ ବଢ଼ିଛି ଅଭିନେତା ମାନଙ୍କର ସୁରକ୍ଷା ଚିନ୍ତା । ସେ ଏକ ଫୁଟବଲ ମ୍ୟାଚ୍ ସାରି ଫେରୁଥିବା ସମୟରେ କିଛି ଅଜ୍ଞାତ ଦୁର୍ବୃତ୍ତ ତାଙ୍କର BMW କାର୍ ଉପରକୁ ଗୁଳି ଚଳାଇଥିଲେ। ଏବେ ସେଲିବ୍ରିଟିଙ୍କ ସୁରକ୍ଷାକୁ ନେଇ ଆଲର୍ଟ ମୁମ୍ବାଇ ପୋଲିସ।ଟାଇଗର ଶ୍ରଫଙ୍କୁ ଗୁଳିମାଡ ଘଟଣା ପରେ ମୁମ୍ବାଇ ପୋଲିସ ବଲିଉଡର ସମସ୍ତ କଳାକାରଙ୍କ ପାଇଁ ଏହି ସୁରକ୍ଷା ଆଡଭାଇଜରି ଜାରି କରିଛି। ପୋଲିସ ପକ୍ଷରୁ କଳାକାରମାନଙ୍କୁ ଭିଡ଼ ସ୍ଥାନକୁ ନଯିବାକୁ ଏବଂ ସର୍ବସାଧାରଣ ସ୍ଥାନରେ ପ୍ରଶଂସକଙ୍କ ସହ ମିଳାମିଶା ନକରିବାକୁ ପରାମର୍ଶ ଦିଆଯାଇଛି। ସେଲିବ୍ରେଟିମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ସତର୍କତା ମୂଳକ ପଦକ୍ଷେପ ନିଆଯାଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here