ନିମାପଡା: ଦଳ ବିରୋଧୀ କାର୍ଯ୍ୟ ଓ ଜାଲିଆତି ଅଭିଯୋଗ ପରେ ବିଜେଡି ପକ୍ଷରୁ ବରିଷ୍ଠ ନେତା ଦିଲ୍ଲୀପ କୁମାର ନାୟକଙ୍କୁ ନିଲମ୍ବିତ କରାଯାଇଛି। ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ସଦସ୍ୟ ଥିଲେ ଦିଲ୍ଲୀପ କୁମାର ନାୟକ। ତାଙ୍କୁ ୨୦୨୪ ନିର୍ବାଚନ ବେଳେ ଦଳ ପ୍ରାର୍ଥୀ କରିଥିଲା। ହେଲେ ଏବେ ସେ ଜାଲିଆତିପୂର୍ଣ୍ଣ କାର୍ଯ୍ୟକଳାପରେ ସମ୍ପୃକ୍ତି ରହିଥିବା ବିଜେଡି କହିଛି। ଏହା ଦଳ ବିରୋଧୀ କାର୍ଯ୍ୟକଳାପ ହୋଇଥିବାରୁ ତାଙ୍କୁ ତତ୍କାଳ ପ୍ରଭାବରୁ ପ୍ରାଥମିକ ସଦସ୍ୟ ମଧ୍ୟରୁ ବିଜେଡି ନିଲମ୍ବିତ କରିଛି। ୨୦୨୫ରୁ ଦିଲ୍ଲୀପଙ୍କ ନାଁରେ ଜମି ଜାଲିଆତି ଭଳି ଅଭିଯୋଗ ରହିଥିଲା। ଏପରି କି ତାଙ୍କୁ ଅର୍ଥନୀତିକ ଅପରାଧ ଶାଖା ମଧ୍ୟ ଗିରଫ କରିଛି। ୨୦୨୫ରୁ ସେ ଗିରଫ ହୋଇଥିଲେ ହେଁ ଏଯାଏ ବିଜେଡି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ହେଲେ ଏବେ ଦଳ ତାଙ୍କୁ ନିଲମ୍ବନ କରିଛି। ବିଜେଡିରୁ ଦିଲ୍ଲୀପ ନାୟକଙ୍କୁ ନିଲମ୍ବନ କରାଯିବା ନେଇ କହିଛନ୍ତି ବିଜେଡିର ମୁଖପାତ୍ର ଲେଲିନ ମହାନ୍ତି। ସେ କହିଛନ୍ତି, ଶୃଙ୍ଖଳା କମିଟିର ରିପୋର୍ଟ ଓ ସଭାପତି ନବୀନ ବାବୁଙ୍କ ନିର୍ଦ୍ଦେଶରେ ଦିଲ୍ଲୀପ ନାୟକଙ୍କୁ ନିଲମ୍ବନ କରାଯାଇଛି। ତାଙ୍କର କିଛି କାର୍ଯ୍ୟ ଜାଲିଆତି ଓ ଦଳ ବିରୋଧୀ ରହିଛି। ସେଥିପାଇଁ ସେ ନିଲମ୍ବିତ ହୋଇଛନ୍ତି। ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ତର୍ଜମା ପରେ ଆଜି ଏ ନିଷ୍ପତ୍ତି ଦଳ ନେଇଛି। ଯିଏ ଜାଲିଆତିରେ ସମ୍ପୃକ୍ତ ତାକୁ ଦଳ ନିଲମ୍ବନ କଲା।

LEAVE A REPLY

Please enter your comment!
Please enter your name here