ନୂଆଦିଲ୍ଲୀ: ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି ଭାରତରେ ନିର୍ବାସନ ଜୀବନ କାଟୁଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବେ ନିଜ ଦେଶକୁ ଫେରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଡିସେମ୍ବର ୧୬ ତାରିଖ ଅର୍ଥାତ୍ ବାଂଲାଦେଶର ବିଜୟ ଦିବସ ଅବସରରେ ସେ ଢାକା ଫେରିବାକୁ ଯୋଜନା ରଖିଥିବା ସୂଚନା ମିଳିଛି। ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ସେ ସରକାରୀ ବିମାନର ବ୍ୟବସ୍ଥା କରିବାକୁ ଦାବି ମଧ୍ୟ କରିଛନ୍ତି। ହସିନାଙ୍କ ଏହି ଘୋଷଣା ପରେ ବାଂଲାଦେଶ ରାଜନୀତିରେ ନୂଆ ହଲଚଲ ସୃଷ୍ଟି ହୋଇଛି। ସୂଚନା ମୁତାବକ, ବାଂଲାଦେଶ ଫେରିବା ପାଇଁ ଶେଖ ହସିନା ଡିସେମ୍ବର ୧୬ ତାରିଖକୁ ଚୟନ କରିଛନ୍ତି। ହସିନାଙ୍କ ମୁଖପାତ୍ର ସୈୟଦ ମୋଜାମ୍ମେଲ ଅଲି ମଙ୍ଗଳବାର ଏହି ସୂଚନା ପ୍ରଦାନ କରିଛନ୍ତି। ନିର୍ବାସନରେ ରହିବା ପରଠାରୁ ପ୍ରଥମ ଥର ପାଇଁ ହସିନା ନିଜ ଦେଶକୁ ଫେରିବା ପାଇଁ ଏକ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିଛନ୍ତି, ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଛି।

LEAVE A REPLY

Please enter your comment!
Please enter your name here