ଢୋଲ,ଘଣ୍ଟ ଓ ଘୁମୁରାର ଧୋନ୍ୱିରେ କମ୍ପିଉଠୁଛି ପରିବେଶ । ଆଶ୍ୱିନ ମାସରେ ସମସ୍ତ ଦେବାଦେବୀଙ୍କ ଯାତ୍ରା ଶେଷରେ କଳାହାଣ୍ଡିର ଆମପାଣି ରେ ବୁଢାରାଜାଙ୍କ ପ୍ରସିଦ୍ଧ ଲାଠି ବା ଦଶରା ଯାତ୍ରା ଅନୁଷ୍ଠିତ ହୋଇଛି । କାର୍ତିକ ମାସର ପ୍ରଥମ ଶନିବାର ଦିନ ଏହି ଯାତ୍ରା ଆରମ୍ଭ ହୋଇଥାଏ । ହଜାର ହଜାର ଦର୍ଶକ ଏହି ଲାଠି ଯାତ୍ରାରେ ସାମିଲ ହୋଇ ଉପଭୋଗ କରିଥାନ୍ତି । ବୁଢାରାଜାଙ୍କ ମନ୍ଦିର ଆସ୍ଥାନରେ ଲାଠିସହ ଯଥାବିଧି ଭୋଗ ଆସିଲା ପରେ କାଳିସି ଚଢିଥାଏ । ମାନସିକ ପୁର୍ଣ୍ଣପାଇଁ ଭକ୍ତମାନେ ବୋଦା କୁକୁଡା ବଳିଦେଇଥାନ୍ତି । ସବୁ ଦେବାଦେବୀଙ୍କ ମଧ୍ୟରେ ଶ୍ରେଷ୍ଠ ବା ମାମୁଁ ହେଉଛନ୍ତି ବୁଢ଼ାରଜା । ବୁଢ଼ାରଜାଙ୍କ ଲାଠିଯାତ୍ରା ସହ ଦର୍ଶକଙ୍କ ମନୋରଞ୍ଜନ ପାଇଁ ବରଗଡ଼, ଟିଟିଲାଗଡ଼ ଏକତାରା, ବଲାଙ୍ଗିରର ଦୁଲା. ସୋନପୁରର ପଇଁରୀ, ପ୍ରତିଭାର ଆଦିବାସୀ ନୃତ୍ୟ କରାଯାଇଥାଏ ।
ରିପୋର୍ଟ-ସୌମ୍ୟ ରଞ୍ଜନ ଅଗସ୍ତି. କଳାହାଣ୍ଡି

LEAVE A REPLY

Please enter your comment!
Please enter your name here