ବିନ୍ଦୁସାଗର କହିବ କଥା. ପର୍ଯ୍ୟଟକଙ୍କୁ ଶୁଣାଇବ ତାର ଐତିହାସିକ ପୃଷ୍ଠଭୂମି, ପୌରାଣିକ କିମ୍ବଦନ୍ତୀ ଓ ପରଂପରାର କାହାଣୀ.ଏଥିପାଇଁ ବିନ୍ଦୁସାଗରରେ କରାଯିବ ଲାଇଟ ଓ ସାଉଣ୍ଡ ବ୍ୟବସ୍ଥା. ବିନ୍ଦୁସାଗରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ. ଏଥିପାଇଁ ଗତ ରବିବାର ଦିନ ଏହାର ଏକ ଟ୍ରାଏଲ ରନ କରାଯାଇଥିଲା. ଯେଉଁଥିରେ ପର୍ୟ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଏମସି ମେୟର ଅନନ୍ତ ନାରାୟଣ ଜେନା, ପର୍ୟ୍ୟଟନ ନିର୍ଦ୍ଦେଶକ ଅର୍ଚ୍ଚନା ପଟ୍ଟନାୟକ ଓ ପୂର୍ବ ପର୍ୟ୍ୟଟନ ନିର୍ଦ୍ଦେଶକ ନିତିନ ଭାନୁଦାସ ଜୱାଲେ ଯୋଗ ଦେଇଥିଲେ. ଏହି ପ୍ରୋଜେକ୍ଟ ପାଇଁ ୯ କୋଟି ଟଙ୍କା ବ୍ୟୟ ହେବ ବୋଲି ଆକଳନ କରାଯାଇଛି. ୯ କୋଟି ଟଙ୍କା ବ୍ୟୟରେ ଏଥିରେ ଲାଇଟ, ସାଉଣ୍ଡର ବ୍ୟବସ୍ଥା କରାଯିବ, ଯାହା ଓଡିଶାର କଥାକୁ ପ୍ରଦର୍ଶିତ କରିବ. ଏହାଛଡା ପ୍ରତ୍ୟେକ ସନ୍ଧ୍ୟାରେ ଏହାକୁ ସଠିକ୍ ରୂପେ ପରିଚାଳନା କରିବା ପାଇଁ ପର୍ୟ୍ୟଟନ ବିଭାଗ ତରଫରୁ ସମସ୍ତ ବ୍ୟବସ୍ଥା କରାଯିବ ଏବଂ ପ୍ରଦର୍ଶିତ ହେବାକୁ ଥିବା ଏହି ସୋ’ ଓଡିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ପରିବେଷଣ କରାଯିବ. ସମୟର ଅବଧି ଓ ଭଏସ ଓଭର ଦେବାପାଇଁ କଳାକାରଙ୍କ ଚୟନ ମଧ୍ୟ ସମିତି ଦ୍ୱାରା ସ୍ଥାପନ କରାଯାଇଛି. ତେବେ ଏହି ସୋ’ ପ୍ରିମିୟର ୱାର୍ଲ୍ଦ ଦ୍ୱାରା ଆୟୋଜିତ କରାଯିବ.

LEAVE A REPLY

Please enter your comment!
Please enter your name here