ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳୀ. ଏହାକୁ ନେଇ ସାରା ଦେଶ ଉତ୍ସବମୁଖର ହୋଇ ଉଠିଥିବା ବେଳେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏକ ସର୍କ୍ୟୁଲାର ଜାରି କରିଛି ଓଡିଶା ପୋଲିସ. ଦୀପାବଳୀ ଦିନ ବାଣଫୁଟାଇବା ସମୟରେ ଜାରି କରାଯାଇଥିବା ପ୍ରତିବନ୍ଧକକୁ ସଠିକ୍ ରୂପେ ପାଳନ କରିବା ପାଇଁ ସବୁ ଜିଲ୍ଲାର ଏସପି ଓ ଡିସିପିଙ୍କୁ ଓଡିଶା ପୋଲିସ୍ ନିର୍ଦ୍ଦେଶ ଦେଇଛନ୍ତି. ଶୁକ୍ରବାର ଦିନ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ, ଡିଜିପି ଆର.ପି ଶର୍ମା କହିଛନ୍ତି, ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ପ୍ରତିବନ୍ଧକ କଡାକଡିରୂପେ ପାଳନ କରାଯିବା ସହ ଅନ୍ୟ ସ୍ଥାନ ମାନଙ୍କରେ ସନ୍ଧ୍ୟା 8ଟାରୁ ରାତି 10 ଟା ପର୍ଯ୍ୟନ୍ତ ବାଣଫୁଟାଯିବା ପାଇଁ ଅନୁମତି ଦିଆଯିବ.

LEAVE A REPLY

Please enter your comment!
Please enter your name here