ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିପର୍ଯ୍ୟୟ ପ୍ରାକ୍ ପ୍ରଦାନ କେନ୍ଦ୍ରକୁ ଲୋକାର୍ପିତ କରିଛନ୍ତି. ଏହା ଦ୍ୱାରା ଲୋକମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟର ପୂର୍ବ ସୂଚନା ମିଳି ପାରିବ. ଯାହା ଦ୍ୱାରା ସେମାନେ ନିଜର ପୂର୍ବ ପ୍ରସ୍ତୁତି କରିପାରିବେ. ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକରୁ ଓଡିଶାବାସୀ କିପରି ସୁରକ୍ଷା ପାଇପାରିବେ ସେ ନେଇ ଆଜି ମୁଖ୍ୟମନ୍ତ୍ରୀ ରବୀନ୍ଦ୍ର ମଣ୍ଡପରେ ଏହାର ଉଦଘାଟନ କରିଛନ୍ତି. ଦେଶରେ ଓଡିଶା ଏଭଳି ଏକ ରାଜ୍ୟ ଯେଉଁଠି ପ୍ରତିବର୍ଷ କିଛି ନା କିଛି ସୁନାମୀ, ବାତ୍ୟା ଓ ବନ୍ୟା ଆସିଥାଏ. ଆଉ ଏଭଳି ପରିସ୍ଥିତିରେ ଓଡିଶାବାସୀଙ୍କୁ ସୁରକ୍ଷାଦେବା ପାଇଁ ରାଜ୍ୟ ସରକାର ପ୍ରତିଜ୍ଞାବଦ୍ଧ. ସେଥିପାଇଁ ସେ ଲୋକଙ୍କ ଅସୁବିଧାକ ଦୃଷ୍ଟିରେ ରଖି ଆଜି ସେ ଏହି କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି.

 

LEAVE A REPLY

Please enter your comment!
Please enter your name here