ଆଜି ଭୁବନେଶ୍ୱର ପୋଲିସ ଭବନରେ ଆରକ୍ଷୀ ମହାନିର୍ଦ୍ଦେଶକ ପଦକ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ,କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ୭୮ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଡିଜିପି ପଦକ ପ୍ରଦାନ କରିଥିଲେ। ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଏସ. ସାଇନି ,କ୍ରାଇମବ୍ରାଞ୍ଚ ଆଇଜିପି ଡଃ ସାର୍ଥକ ଷଡଙ୍ଗୀ, ସ୍ଵତନ୍ତ୍ର ଗୁଇନ୍ଦା ଶାଖା ଡିଆଇଜିପି ଅଖିଲେଶ୍ଵର ସିଂ, ନକ୍ସଲ ବିରୋଧୀ ଅଭିଯାନ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସଂଜୀବ ପଣ୍ଡା, ଅପରେସନ ଆଇଜିପି ଡଃ ଦୀପକ କୁମାର, ଭୁବନେଶ୍ଵର ଡିସିପି ଜଗମୋହନ ମୀନା, କଟକ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ, ପୋଲିସ ପ୍ରଶିକ୍ଷଣ ପ୍ରତିଷ୍ଠାନ ବୈରୀ ଏସପି,ସ୍ପେଶାଲ ବ୍ରାଞ୍ଚ ଏସପି ସୁନିଲ କୁମାର ନନ୍ଦ, ଅଶୋକ କୁମାର ଦେହୁରୀ ଏବଂ ଏଏସଓଜିର ୨୯ ଜଣ, ସ୍ପେଶାଲ ବ୍ରାଞ୍ଚର ୭ ଜଣ, ଏସଆଇଡବ୍ଲୁ ର ୧୦ ଜଣଙ୍କ ସମେତ ଅନ୍ୟାନ୍ୟ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଡିଜିପି ପଦକ ପ୍ରଦାନ କରିଥିଲେ।












