ରାଜ୍ୟ ସରକାର ଗୁରୁବାର ୯ଟି ଜିଲ୍ଲାରେ ମରୁଡି ଘୋଷଣା କରିଛନ୍ତି। ଏହି ଜିଲ୍ଲାଗୁଡ଼ିକରେ ୩୩ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିବା ସରକାରୀ ଭାବେ ଆକଳନ କରାଯାଇଛି । ଯୁଗ୍ମ ଏସ୍‌ଆରସି ପ୍ରଭାତ କୁମାର ମହାପାତ୍ର ଏହି ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ବରଗଡ଼, ବଲାଙ୍ଗୀର, ଦେବଗଡ଼ ଝାରସୁଗୁଡା, ସମ୍ବଲପୁର, ନୂଆପଡ଼ା, କଳାହାଣ୍ଡି, ସୁନ୍ଦରଗଡ଼ ଓ ସମ୍ବଲପୁର ଆଦି ଜିଲ୍ଲାରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଜିଲ୍ଲାରେ ୬୬ ବ୍ଲକ୍‌ର ୫୬୬ଗାଁର ୨ଲକ୍ଷ ୩୩ହଜାର ୧୭୩ ହେକ୍ଟର ଚାଷ ଜମିରେ ଫସଲ କ୍ଷତି ଘଟିଛି। ଏହି ୯ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ରିଲିଫ୍‌ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଣ ଜଳସେଚିତ ଚାଷୀ ଜମି ପାଇଁ ୬,୮୦୦ ଏବଂ ଜଳସେଚିତ ଚାଷ ଜମି ପାଇଁ ପ୍ରତି ହେକ୍ଟର ପିଛା ୧୩, ୫୦୦ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯିବ । ସେହିପରି ବାରମାସୀ ଚାଷ ଜମି ପାଇଁ ହେକ୍ଟର ପିଛା ୧୮ ହଜାର ଟଙ୍କା ପ୍ରଦାନ କରାଯିବ । ଚାଷୀଙ୍କୁ ସର୍ବାଧିକ ୨ ହେକ୍ଟର ଚାଷ ଜମି ଯାଏ ସହାୟତା ଦିଆଯିବ । ଜିଲ୍ଲାପାଳମାନେ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ରିଲିଫ୍‌ ଦିଆଯିବ ବୋଲି ଯୁଗ୍ମ ରିଲିଫ୍‌ କମିଶନର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here