ଭୁବନେଶ୍ୱର: ୨୦୨୧ ମସିହାର ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ (ସହକାରୀ ବନ ସଂରକ୍ଷକ) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ରାଜ୍ୟ ସରକାର ବଡ଼ ପ୍ରଶାସନିକ ପଦକ୍ଷେପ ନେଇଛନ୍ତି।ସରକାରୀ ସୂଚନା ଅନୁସାରେ, ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତାଙ୍କୁ ଗିରଫ କରାଯାଇ ନ୍ୟାୟିକ ହେପାଜତକୁ ପଠାଯାଇଥିବାରୁ ନିୟମ ଅନୁଯାୟୀ ତାଙ୍କୁ ସସ୍‌ପେଣ୍ଡ କରାଯାଇଛି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି।ବର୍ତ୍ତମାନ ସେ ଓଡ଼ିଶା ବନ ଉନ୍ନୟନ ନିଗମ (OFDC)ର ବାଣିଜ୍ୟ (କମର୍ସିଆଲ୍) ନିର୍ଦ୍ଦେଶକ ଭାବେ କାର୍ଯ୍ୟକରୁଥିଲେ lସେ ୨୦୨୧ ମସିହାରେ ଗଜପତି ଜିଲ୍ଲାର ଡିଭିଜନାଲ ଫରେଷ୍ଟ ଅଫିସର (DFO) ଭାବେ କାର୍ଯ୍ୟରତ ଥିବା ସମୟରେ ପାରଳାଖେମୁଣ୍ଡି ବନଖଣ୍ଡର ତତ୍କାଳୀନ ସହକାରୀ ବନ ସଂରକ୍ଷକ (ACF) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ହୋଇଥିଲେ । ଏହି ଘଟଣା ସେତେବେଳେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା ଏବଂ ଏହାର ତଦନ୍ତକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା ।

LEAVE A REPLY

Please enter your comment!
Please enter your name here