ବେଶୀ ପାଠ ପଢି ଘରେ ବସି ରହିଥିବା ବେକାରୀ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସଷ୍ଟି କରିବାକୁ ଯାଉଛନ୍ତି ଓଡିଶା ସରକାର. ଏ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ବର୍ତ୍ତମାନ ଦୂର ହେବ ବେକାରୀ ସମସ୍ୟା ଏବଂ ନିଯୁକ୍ତି ପାଇବେ ପାଖାପାଖି 8000 ଜଣ ଯୁବକଯୁବତୀ. ତେବେ ଏହି ଯୋଜନାକୁ ପ୍ରଥମେ ପଛୁଆ ଅଞ୍ଚଳରେ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ. 15ଟି ଶିଳ୍ପ ଅନୁଷ୍ଠାନ ପ୍ରତିଷ୍ଠା କରି ଏହି ନିଯୁକ୍ତି ସୁଯୋଗ ବେକାରୀ ଯୁବକଯୁବତୀଙ୍କୁ ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ. ତେବେ ଏହି ଶିଳ୍ପ ଅନୁଷ୍ଠାନ ପ୍ରତିଷ୍ଠା ପାଇଁ ନିବେଶ କରାଯିବ 25,845 କୋଟି ଟଙ୍କା. ଫଳରେ ସୃଷ୍ଟି କରାଯିବ 13,705ଟି ପଦବୀ ଏବଂ ଏହି କାର୍ଯ୍ୟକ୍ରମ ପ୍ରଥମେ ନବରଙ୍ଗପୁର ଜିଲ୍ଲାରୁ ଆରମ୍ଭ କରାଯିବ ବୋଲି ସୂଚନା ଦିଆଯାଇଛି.

LEAVE A REPLY

Please enter your comment!
Please enter your name here